ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୩
ଆଦ୍ୟକାଣ୍ଡ

ରାଗ-କୁମ୍ଭକାମୋନ୍ଦୀ [୧]
ଧନୁଭଗ୍ନ ଦେଖି ଜାନ‌କୀର ଭୂରୁ ମଧ୍ୟମ ସ୍ଫୁରିଲା ।
ଏହି ସମୟରେ କୁସୁମଧନୁ [୨]କି ଧନୁ ଆମଞ୍ଚିଲା ।
ରିପୁକୋଦଣ୍ଡ [୩]ବେନି ଖଣ୍ଡ ଦେଖିଣ ହୋଏ କି ଆନନ୍ଦ ମନ ।
ମଳୟ ପବନ ଲାଗିଲେ ଯେସନେ ପଲ୍ଲବେ ମାକନ୍ଦ ।।
ରାମ ଭୁଜଦଣ୍ଡ ପ୍ରଚଣ୍ଡ ଦେଖିଣ ହରଷ କାତର ।
କୁସୁମଶର କି କୁସୁମରେ ଭେଦଇ ମରମ ଭିତର ।।
ସଖୀ ଜାଣି ବୋଲେ ନ ଡର ତରୁଣୀ ଦେଖ ଦିନମଣି ।
କିରଣ ଲାଗିଣ ଫାଠଇ ଆନନ୍ଦେ ଧରଣୀ ନନ୍ଦିନୀ [୪]
ଯେବଣ ଭ୍ରମର ଶୁଷ୍କ ତରୁବର ବଦନେ ଫୋଡ଼ଇ ।
ସେ ପୁଣି ମାଳତୀ କୁସୁମ ଚୁମ୍ବିଲା ମାତ୍ରକେ ଛାଡ଼ଇ [୫]।।
ସଖୀ ବାଣୀ ଶୁଣି ସରୋଜ ଲୋଚନୀ ହୋଇଲେ ପ୍ରମୋଦ ।
ବୋଲେ ବିଶି ରାମଚନ୍ଦ୍ର ଦେଖି ଫୁଟେ ଜାନକୀ କୁମୁଦ ।।

  1. ଦକ୍ଷିଣ କାମୋଦୀ ପୋଥିପାଠ
  2. କୁସୁମଧନୁ = କାମଦେବ
  3. ରିପୁକୋଦଣ୍ଡ = ଶିବ କନ୍ଦର୍ପକୁ ଭସ୍ମ କରି ଦେଇଥିବାରୁ ସେ କନ୍ଦର୍ପର ଶତ୍ରୁ ।
    ତେଣୁ ତାଙ୍କର ଶରାସନ ଭଗ୍ନ ହେବାର ଦେଖି କାମଦେବ ଆନନ୍ଦ ହେବା ସ୍ୱାଭାବିକ
  4. ଉଭୟ ପ୍ରକାଶିତ ପୁସ୍ତକ ଓ ପୋଥିରେ ଧରଣୀ ଆନନ୍ଦେ ନନ୍ଦିନୀ ବୋଲି ପାଠ ରହିଛି । କିନ୍ତୁ ଆନନ୍ଦେ ଧରଣୀ ନନ୍ଦିନୀ ପାଠ ହେଲେ ସୀତାଙ୍କ ଆଡକୁ ମଧ୍ୟ ଆକ୍ଷେପ କରାଯାଇ ପାରିବ ।।
  5. ଝଡ଼ଇ ପୋଥିପାଠ