ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୮
ରାମଲୀଳା

ହେମ ବେଦିକା ଉପରେ ରତ୍ନର ମଣ୍ତପ ।
ଶୋଭା ଦିଶଇ ଚାମର ଚାରୁ ଚନ୍ଦ୍ରାତପ ।।
ସେ ବେଦିକା ଉପରେ ଶ୍ରୀରାମ ଆସି ବସି ।
ମହାବାକ୍ୟରେ ସଂକଳ୍ପ- କରାଇରେ ଋଷି।
ଦଶରଥ ଗଉତମ ଆବର ଜନକ [୧]
ବଶିଷ୍ଠ ଜାବାଳି ବାମଦେବାଦି ଯେତେକ ।।
ଏମାନେ କରନ୍ତି ବିଭା ବେଦ ମନ୍ତ୍ର ପଢ଼ି ।
କନ୍ୟାକୁ ଆଣିଲେ ସର୍ବ ପରିବାରୀ ବେଢ଼ି ।।
କୋଦଣ୍ଡଧର [୨] କରରେ ଦେଲେ କନ୍ୟା କର ।
କୁଣ ରଚ୍ଛୁରେ ବନ୍ଧନ କଲେ ମୁନିବର ।।
କୁମାରୀ ଗୋଟିଏ ସେ ବନ୍ଧନ ଫେଡି ଦେଲେ ।
ସେହି ଦିନ ମହୀସ୍ଥଳୀ [୩]ଶ୍ରୀରାମର ହେଲେ ।।
ଜନକ ଅନେକ ଦେଲେ ରତ୍ନ ଆଭରଣ ।
ରଥ ଗଜ ଅଶ୍ୱ ଆଦି ଦିବ୍ୟ ନରୀଗଣ ।।
ଲାଜା ହୋମ[୪] ସାରି ରାମ ଭିତରେ ବିଜୟେ ।
ଏହି ରୂପେ ତିନି ଭାଇଙ୍କର ବିଭା ହୋଏ ।
ପଞ୍ଚୁଗ୍ରାସି ମଣୋହି ସାରି ବିଡ଼ିଆ ଲାଗି [୫]|
ବୋଲେ ବିଶି ମଧୁ ଶ‌ଯ୍ୟାରେ ପ୍ରବେଶି ବେଗି [୬]।।
ରାଗ ଘଣ୍ଟାରବ
ଗଜଗମନୀ ସୁବେଶ କରି ସ‌ହଚରୀମାନେ ସମର୍ପିଲେ ଶ୍ରୀରାମ[୭] ପାଶେ ।
ଅତି ସୁକୁମାରୀ ଆମ୍ଭ କୁମାରୀ ନବ ବୟସୀ ନ‌‌ଜାଣନ୍ତି ସୁରତି ବିଶେଷେ ହେ ।।
ରାଘବ, ମନମଥ ମନ ମୋହିନୀ
ସୁଖେ ଭୋଗ କର ଏ ରଜନୀ ।।

  1. ପୋଥି ପାଠ-- -ଦଶରଥ ଜନେକ ଆବର ଗଉତମ ବଶିଷ୍ଠ ଜାବାଳି ବାମଦେବ ବାମଦେବ ଦ୍ୱିଜୋତ୍ତମ ।।
  2. କୋଦଣ୍ଡର ପୋଥି ପାଠ
  3. ମହାବାଜୀ ପୁସ୍ତକ ପାଠ ।
  4. ଲଜ୍ୟାହୋମ ପୋଥି ପାଠ
  5. ବିଡ଼ିଆଲଗି = ପାନ ଖାଇବା ।
  6. ପରବେଶବୈଗି ପୋଥି ପାଠ
  7. ରାଘବ ପୋଥି ପାଠ ।