ପୃଷ୍ଠା:Sashi Sena.pdf/୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଷଷ୍ଠ ଛାନ୍ଦ
୩୩
 

କୁମର ବୋଲଇ ଶୁଣ ସଜନି ।
ଏଠାରେ ଦଣ୍ଡେ ବିଶ୍ରାମିବା ପୁଣି ।
ଏ ବିଦେଶ ସିନା ।
ଏଠାରେ ରହି ସାରିବା ମାଜଣା । ୩ ।
ଏତେ ବୋଲି ତ‌ହୁଁ ଅଶ୍ୱ ଉପରୁ ।
ଉତୁରି ନେଇ ଖଟାଇଲେ ବାରୁ ।
ବେଗେ ସାରି ନିତ୍ୟକର୍ମ ବିଧାନ ।
କଲେକ ତ‌ହିଁ ଦେବ ଦେବାର୍ଚ୍ଚନ ।
ସେ ହରଷଚିତ୍ତେ,
ହୟ ଆରୋହି ଚଳିଲେ ତୁରିତେ । ୪ ।
କେତେ ଦୂର ଅନ୍ତେ ବିଟପିବନ ।
ଯହିଁ ନାହିଁ ଜନ ମନୁଷ୍ୟ ଚି‌ହ୍ନ ।
ଅନେକ ବର୍ଣ୍ଣେ ଛନ୍ତି ତରୁମାନ ।
ଶାଳ ରସାଳ କିଂଶୁକ ଅଶନ ।
ଜାମ୍ବୁ ନିମ୍ବ ବେଲ,
କେନ୍ଦୁ କଇଥ ଭାଲିଆ ମହୁଲ । ୫ ।
ଦାରାକ୍ଷ ଜେଉଟ ତାଳ ଖଜୁରୀ ।
ଭଇଁଚ ଚାର ଖଇର ସୁନାରୀ ।


ରାତିରେ ନ ଶୋଇ ଚେଇଁଥିବା କାମୁକ ପୁରୁଷ । ମାଜଣା— ନିତ୍ୟ କର୍ମ । ୪ । ବାରୁ-ଘୋଡ଼ା । ଦେବ ଦେବାର୍ଚ୍ଚନ – ଠାକୁର ପୂଜା ପ୍ରଭୃତି ।୫। ବିଟପୀବନ (ବଟପୀ) ଗଛରେ ପୂର୍ଣ୍ଣ ହୋଇଥିବା ବନସ୍ତ । ରସାଳ--ଆମ୍ବଗଛ । କିଂଶୁକ-ପଳାଶ । ୬ । ଦାରାକ୍ଷ (ଦ୍ରାକ୍ଷା) ଅଙ୍ଗୁର ଫଳର ଗଛ । ଷଷ୍ଠ ଛାନ୍ଦ