ପୃଷ୍ଠା:Sashi Sena.pdf/୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୪
ଶଶିସେଣା
 

ବର ପିପ୍ପଳୀ ପଣସ ତେନ୍ତୁଲୀ ।
ଜମ୍ବିଳ ଅଶୋକ ତାଳ ଶିମୁଳୀ ।
ହରିଡା ଅଁଏଳା,
ଶାହାଡ଼ା ବାହାଡ଼ା ରାଇ କୋଚିଳା । ୬ ।
କୁମ୍ଭୀ କୋରୁଆ କରଡା ହିଞ୍ଜଳ ।
ଗମ୍ଭୀରୀ ପାଳଧୁଆ ନଟୀକାଳ ।
ଟଭା ଲେମ୍ବାଉ କର୍ମଙ୍ଗା କାନ୍ଧିଆ ।
ଜମ୍ଭୀଳ କରୁଣା ନାରଙ୍ଗ ଗୁଆ ।
ଅଗର ଚନ୍ଦନ,
ଚମ୍ପା ବକୁଳ କଦମ୍ବ କଞ୍ଚନ । ୭ ।
କୁନ୍ଦ କାମୋଦ ଜେଉଟ ତରାଟ ।
ଶିରୀଷ ବଧୁଲୀ ଟାଙ୍ଗର ଫୁଟ ।
ମନ୍ଦାର ମାଳତୀ ସେବତୀ ଜାଈ ।
କେତକୀ ମାଧବୀ ରଙ୍ଗଣୀ ଯୂଈ ।
ଛୁରିଅନା ମଲ୍ଲୀ,
ଉନ୍ନାଗ ପୁନାଙ୍ଗ ଗଙ୍ଗଶିଉଳୀ । ୮ ।
ଏ ବିଧି ଅନେକ ତରୁ ତମାଳ ।
ରବି କିରଣ ନ ପଡଇ ତଳ ।

ଛାଞ୍ଚ:Hr ୭ । କାନ୍ଧିଆ-ଏକପ୍ରକାର ଲେମ୍ବୁଗଛ ।୮। ଉନ୍ମାଗ—ଜାତିଏ ଗଛ । ୯ । ତରୁ ତମାଳ-ଗଛ ଗୁଡିକ । ରବି କିରଣ ସୂର୍ଯ୍ୟଙ୍କ ତେଜ । ମଧୁପ -ଭଅଁର ।