ପୃଷ୍ଠା:Sashi Sena.pdf/୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଷଷ୍ଠ ଛାନ୍ଦ
୩୫
 

 


କୁସୁମ ସୁଗନ୍ଧେ ଆମୋଦେ ବନ ।
ଭ୍ରମଣ କରନ୍ତି ମଧୁପ ମାନ ।
ଶୁକ ପିକ ସାରୀ,
ଭାଷନ୍ତି ସୁସରେ ଧୁନି ବିସ୍ତାରି । ୯ ।
ହଂସ ହରଡ ମୟୁର ପାରୁଆ ।
ଶରାଳି କପୋତ ତିତିରୀ କୁଆ ।
ବଣୀ ବସନ୍ତ ଗୁଣ୍ଡଚି ଲଉଆ ।
ଗଣ୍ଡା ଡ଼ାହୁକ ଖଞ୍ଜନ ଚକୋଆ ।
କାକ ବକ ବାୟା,
ଗୋବରା ନୀଳକଣ୍ଠା ଭଦାଳିୟା । ୧୦ ।
ସିଂହ ଗଜ ଶଶା ମୃଗ ଶାର୍ଦ୍ଦୂଳ ।
ହରିଣ ବରେହା ଗଣ୍ଡା ଗୟଳ ।
ମଇଁଷି ଘୋଡା ଫକୋଷ ବଳେୟା ।
କପି ଖୁରାଣ୍ଟି କସ୍ତୂରୀ ଶାଳେୟା ।
ଶଅମ୍ବର ଶଶା ।
ଶୃଗାଳ ନେଉଳ ନେପାଳ ମୂଷା । ୧୧ ।
ୟେ ବିଧିଛନ୍ତି ତରୁ ଜୀବ ପଛୀ ।
ହରନ୍ତି ଦିନ ମନ ସୁଖେ ବଞ୍ଚି ।


୧୦ । ଲଉଆ -ଜାତିଏ ଚଢେଇ । ଚକୋୟା-ଚକ୍ରବାକ । ୧୧ । ଶାର୍ଦ୍ଦୂଳ- ବାଘ । କପି-ମାଙ୍କଡ଼ । ଶୃଗାଳ-ବିଲୁଆ । ୧୨। ତରୁ ଜୀବ ପଛି-ଗଛ, ଜନ୍ତୁ ଓ ଚଢ଼େଇ ।