ପୃଷ୍ଠା:Sashi Sena.pdf/୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୬
ଶଶିସେଣା
 

ସେ ବନ ମଧ୍ୟେ ଅଛି ୟେକ ପୁର ।
ତହିଁ ଥାଇ ଦୈତ୍ୟ କୁଳିଶଧର ।
ସେ ସପତ ଭାଇ;
ତାରାକ୍ଷୀ ନାମେଣ ମାତା ଅଟଇ । ୧୨ ।
ଯାଇଛନ୍ତି ଭ୍ରମି ନାହାନ୍ତି ଘର ।
ପ୍ରବେଶ ତହିଁ କୁମାରୀ କୁମର ।
କୃଷ୍ଣାଜିନ ମୃଗ ଛାଲେକ ପାଡ଼ି ।
ଦୁଆର ଆବୋରି ବସିଛି ବୁଢ଼ୀ ।
ସେ ଦେଖିଲା ଯହୁଁ,
ମାୟା ବ୍ରାହ୍ମଣୀ ରୂପ ଧରେ ତହୁଁ । ୧୩ ।
ହରିମନ୍ଦିର ତିଳକ କପାଳେ ।
ହସ୍ତେ ଘେନିଅଛି ସେ ଜପାମାଳେ ।
କହଇ ବଚନ ଲାବଣ୍ୟ କରି ।
କଲ୍ୟାଣ କରଇ କର ପ୍ରସାରି ।
ତା କପଟ କୂଟ,
ଜାଣି ନ ପାରି ସେ ହୋଇଲେ ତୁଷ୍ଟ । ୧୪ ।
ଅଶ୍ୱରୁ ଉତୁରି ବସିଲେ ଯାଇଁ ।
ଚରଣ ଧୋଇତେ ନୀର ଦିଅଇ ।
ବୁଢୀ ବିଚାରେ କି କରିବି ବୁଦ୍ଧି ।
ଧାତା ଘରେ ଆଣି ଦେଇଛି ନିଧି ।


୧୩ । କୃଷ୍ଣାଜିନ ମୃଗ - ଜାତିଏ ମିରିଗ । ତାର ଛାଲରେ ଲୋକେ ବସା ବସି କରନ୍ତି ।
୧୪ । ନୀର-ପାଣି ।