ପୃଷ୍ଠା:Sashi Sena.pdf/୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୦
ଶଶିସେଣା।
 

ଗଣ୍ଠିର ଧନ ହରାଇଲେ ଯେହ୍ନେ ।
ତେସନ ବିଷାଦ ବୁଢ଼ୀର ମନେ ।
ବୋଲଇ ଧାତା ହରିଲାକ ଦେଇ ।
ଆଉ କି ତାହା ଲୋଡ଼ିଲେଣ ପାଇ ।
ବିରସ ରାକ୍ଷସୀ,
ୟେମନ୍ତେ ପୁତ୍ରେ ମିଳିଗଲେ ଆସି । ୨୬ ।
ବୋଇଲା ତୁମ୍ଭେ କାହିଁ ଯାଇଥିଲ ।
ଯଉଁ ଆଡ଼େ ଗଲ ବୁଡ଼ିଲା ବେଳ ।
ଯୁବା-ଶିରୋମଣି ସ୍ତିରୀ-ରତନ ।
ଅନେକ ଘେନି ରତନ ବସନ ।
ପତି ପତ୍ନୀ ଦୁଇ,
ଆମ୍ଭ ଭୁବନେ ଆଜ ଥିଲେ ରହି । ୨୭ ।
ଅନେକ ପ୍ରକାରେ ଉପାୟେ କଲି ।
ରନ୍ଧନ ସଞ୍ଚା ବିଧି ଆଣି ଦେଲି ।
ଅଗ୍ନି ଥମ୍ବନ ମୁଁ କଲଇ ଯହୁଁ ।
ଜାଣି ତରକି ପଳାଇଲେ ତ‌ହୁଁ ।
ଯାଅ ବେଗ ହୋଇ,
ଭେଟିବ ଖଣ୍ଡେ ଦୂରେ ୟେହିଠାଇ । ୨୮ ।
ଯହୁଁ ଶୁଣିଲେ ମାତାର ବଚନ ।
ଧାଇଁଲେ ଅଶ୍ୱଖୋଜ ଗୋଡ଼ାଇଣ ।
କେତେଦୂର ଅନ୍ତେ ଭେଟିଲେ ଯାଇ ।
ଦେଖିଲେ ଯାଉଛନ୍ତି ବେଗ ହୋଇ ।