ପୃଷ୍ଠା:Sashi Sena.pdf/୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୬
ଶଶିସେଣା
 

ମା ଗୋ ମୁଁ ଯେ ନୃପତି-କୁମାରୀ । ମନ୍ତ୍ରିତନୟ ପତି ମୋହୋରି ।
ଦଇବ ଯୋଗେ ଆସୁ ବନ ଭିତରେ ।
ମୋର ସ୍ୱାମୀକି ଶତ୍ରୁ ସଂଘାରି ଗୋ ଜନନି ।୧୮।
ମୁଁ ଯେ କର୍ମହୀନ ଦୀନ ନାରୀ । ତେଣୁଁ ନିଶାକାଳେ ଶୋକ କରି ।
ତୁମ୍ଭେ ସେ ବିବେକ ମୁଁ ବଡ଼ ନିରେଖ ।
ମୋତେ ପାରଟି ବାରେ ଉଦ୍ଧରି ଗୋ ଜନନି । ୧୯ ।
ବାଳୀ କାରୁଣ୍ୟ ବିନୟ ବାଣୀ । ଶୁଣି ତୋଷ ଦେବ ଶୂଳପାଣି ।
ମୃତ୍ୟୁ ସଞ୍ଜୀବନୀ କର୍ଣ୍ଣରେ କହିଲେ ।
ଜୀଇ ଉଠିଲ କୁମରମଣି ସେ କୁମର । ୨୦ ।
ହରଗଉରୀ ପ୍ରସନ୍ନେ ତାର । ଗଲା ଗରୁ ଚିନ୍ତା ଦୂଖଭାର ।
ବଲ୍ଲଭ ବଦନ ଦେଖି ନିସ୍ତରିଲା ।
ପାରି ହୋଇଲା ଦୁଖ-ସାଗର ସେ ତରୁଣୀ । ୨୧ ।
ଯହୁଁ କୁମର ସଜୀବ ହୋଇ । ଉଠି ବସିଲ ଚେତନା ପାଇ ।
ଆନନ୍ଦରେ ବାଳୀ ଆଲିଙ୍ଗନ କଲା ।
ଶୋକେ ଅତି ଗଦଗଦ ହୋଇ ସେ କୁମାରୀ । ୨୨ ।
ଅହିମାଣିକ୍ୟ ବୋଲଇ ବାଣୀ । ବନେ ଭୟେ କି କଲୁ ସଜନି ।
ପଥଶ୍ରମରେ ମୁଁ ନିଦ୍ରାରେ ଅଚେତ ।
ସୁଖେ ଶୋଇଲି କିଛି ନ ଜାଣି ମୋ ସୁନ୍ଦରି । ୨୩ ।


୨୦। ଶୂଳପାଣି—ମହାଦେବ ।