ପୃଷ୍ଠା:Sashi Sena.pdf/୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୦
ଶଶିସେଣା
 

ୟେମନ୍ତ ବଚନ ଶୁଣି ହସି ବାଜୀ ବୋଲେ ବାଣୀ
ଆମ୍ଭ ନଗ୍ରେ ତୁମ୍ଭଙ୍କୁ ତ ଦେଖିଲା ନାହିଁ
ନବୀନ ସୁନ୍ଦର କାୟେ ଦିଶୁଛ ମଦନ ପ୍ରାୟେ
ଦେଖି ନବତରୁଣୀଙ୍କ ହୃଦୟ ଦହି ।
ତୁମ୍ଭ ବାମା ସୁହର କେଡ଼େ
ସୁନ୍ଦର ନୋହିଲେ ତୁମ୍ଭ ଶରଧା ୟେଡ଼େ । ୭ ।
କେ ତୁମ୍ଭର ନିଜ ରାଜ୍ୟ ଆସିଛ କେବଣ କାର୍ଯ୍ୟ ।
ୟେହୁ ପୁରେ ରହିଅଛ କେବଣ ଠାଇଁ
ତୁମ୍ଭର ଯେ ନାମ କିସ କହିବ ମୋହୋର ପାଶ
ନିତି ପ୍ରତି ଫୁଲ ନେଇ ଖଟିବି ମୁହିଁ ।
ଶୁଣି ତାର ସୁସର ବାକ୍ୟ
ବୋଲନ୍ତି ଆମ୍ଭର ନାମ ଅହମାଣିକ୍ୟ ।୮।
ନାମ ଶୁଣିଲାକ ଯହୁଁ ହରଷ ହୋଇଲା ତ‌ହୁଁ
ମନ୍ତ୍ର ପଢ଼ି ଫୁଲମାଳା ଗଳାରେ ଦେଲା ।
ବୋଇଲା ମୋହୋର ଫୁଲ ଆଜ ସେ ହୋୟେ ସୁଫଳ
ତୁମ୍ଭର ହୃଦୟ ତଟେ ଯହୁଁ ଲମ୍ବିଲା ।
କରେ ଦେଲା ସୁଗନ୍ଧ ମଣ୍ଡା,
ସୁଘନ୍ତେ କୁମରମଣି ହୋଇଲା ମେଣ୍ଢା ।୯।
ଗଳାର କୁସୁମ ହାର ହୋଇଲାକ ପଘା ଡ଼ୋର
ତାହା ଧରି ବେଗ କରି ଘରକୁ ନେଲା


୭। ମଦନ - କନ୍ଦର୍ପ ।