ପୃଷ୍ଠା:Sashi Sena.pdf/୯୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୨
ଶଶିସେଣା
 

ଚଉପାଶେ ଚାହିଁ ବାଳୀ ଲୋଚନୁଁ ଲୋତକ ଗଳି
ଢ଼ଳି ମୁର୍ଚ୍ଛାଗତ ଗଲା ଅବନୀ ତଳେ
ଘଡ଼ିକେ ଚେତନା ପାଇ ରୋଦଇ ଆକୁଳ ହୋଇ
ବୋଲଇ କୁମରମଣି କାହିଁ ରହିଲେ ।
କେହୁ ଅବା କଲାକ କିସ
କେମନ୍ତେ ପାଇବି ମୁହିଁ ତ‌ହିଁ ସନ୍ଦେଶ । ୧୩ ।
କଟକେ ଛଟକ ନାରୀ ଅଛନ୍ତି ନାନା ଚତୁରୀ
କେ ଅବା କୁମର ମନ ରଖିଲା ମୋହି
ମନ୍ତ୍ରେ ବଶ କଲେ ଯହୁଁ ମୋତେ ପାସୋରିଲେ ତ‌‌ହୁଁ
ଆୟତ୍ତ ହୋଇଲେ କି ସେ ଅଛନ୍ତି ରହି ।
ନିମିଷେ ଯେ ନ ପାରେ ମୁର୍ଚ୍ଛି,
ଏତେ ବିଳମ୍ବକୁ କି ସେ ରହିଣ ଅଛି । ୧୪ ।
ଏତେ ବୋଲି ମନେ ଭାଳି ଦେବୀଙ୍କ ଛାମୁରେ ମିଳି
ପ୍ରଳମ୍ବିତ ହୋଇ ଉଭା ଯୋଡ଼ିଣ କର
ଜୟ ତୁ ଜଗତମାତ ତୋହୋରେ ଶରଣାଗତ
ମୁହିଁ ଯେ ଅନାସ୍ତ ମୋତେ କରୁଣା କର ।
ବାରେ ମୋତେ କର କାରଣ,
ଶରଣ ପଶିଲି ଦେବି ! ତୁମ୍ଭ ଚରଣ । ୧୫ ।
ପତି ମୋ ନଗ୍ରକୁ ଯାଇ ଲେଉଟି ଅଇଲେ ନାହିଁ
କାହଁ ସେ ରହିଲେ କେହୁ କଲା କି କିସ


୧୫। ପ୍ରଳମ୍ବିତ ହୋଇ - ଦଣ୍ଡବତ କରି ।