ପୃଷ୍ଠା:Sashi Sena.pdf/୯୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ନବମ ଛାନ୍ଦ
 

ସେ ବଡ଼ଲୋକ ଅତି ବିବେକ
ସୁନ୍ଦର ପଣେ ନାହିଁ ତ୍ରଇଲୋକ୍ୟ । ୪୧ |
ନୃପତି ବାଣୀ ଶୁଣି ସେ ରାଣୀ
ବୋଲନ୍ତି ଆଜ୍ଞା ପରମାଣ ପୁଣି ।୪୨।
କଲାକ କାର୍ଯ୍ୟ ରଖିଲା ରାଜ୍ୟ
ତାହାକୁ ଝିଅ ଦେଲେ ନାହିଁ ଲାଜ । ୪୩ ।
ଶୁଣି ନୃପତି ହରଷ ମତି
ମନ୍ତ୍ରୀକି ରାଇ ଆଜ୍ଞା ଦେଲ ଧାତି । ୪୪ |
ବେଗେଣ ଯାଅ ସଞ୍ଚା ଭିଆଅ
ଛାମୁଣ୍ତୂଆ ବିଧି ବେଗେ କରାଅ । ୪୫ |
ଜେମାର ବିଭା ଆଜ କରିବା
ଶଶିଧରକୁ ଚନ୍ଦ୍ରାବଳୀ ଦେବା । ୪୬ ।
ଆଜ୍ଞା ପ୍ରମାଣ ଗଲା ବହନ
ପୁର ମଣ୍ଡଣି କଲା ତ‌ତକ୍ଷଣ । ୪୭ ।
ଜ୍ୟୋତିଷ ରାଇ ଲଗ୍ନ ଖୋଜାଇ
ବିଭା କରାବନ୍ତି ନୃପତି ଥାଇ । ୪୮ ।
ବ୍ରାହ୍ମଣମାନ ହାଥ ଯୋଡ଼ିଣ
କଲେକ ବାକ୍ୟ ଗୋତ୍ର ଉଚ୍ଚାରଣ । ୪୯ ।
ଅନେକ ରାଜ୍ୟ ଦେଲେ ବାହିଯ୍ୟ
ଦାସୀ ମଇଁଷି ଦେଲେ ଅଶ୍ୱ ଗଜ । ୫୦ ।


୪୪ । ଧାତି- ଶୀଘ୍ର ।୫୦। ଅନେକ ବାହିଯ୍ୟ-ଅନେକ ବାହାରିଆ ଦେଶ ଦେଲେ ।