ପୃଷ୍ଠା:Sashi Sena.pdf/୯୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଦିଶ:—ମଙ୍ଗଳ ଗୁଜ୍ଜରୀ
ଶୁଣ ଗୋ ସଜନି ୟେଥୁ ଅପୂରୁବ ରସ ।
ମହୁଶେଯେ ବରକନ୍ୟା ହୋଇଲେ ପ୍ରବେଶ ଯେ । ୧।
ପଲଙ୍କ ଉପରେ ବେନି ପହୁଡ଼ିଲେ ଯାଇ ।
ଦାସୀ ପରିବାରୀମାନେ ଗଲେ ଆଡ଼ ହୋଇ ଯେ । ୨।
ୟେମନ୍ତେଣ ଗଲା ତହିଁ ପହଡ଼େକ ନିଶି ।
ଶଶିଧର ଚନ୍ଦ୍ରାବଳୀ ଆଗେ ପରକାଶି ଯେ । ୩ ।
ଶୁଣ ନୃପଜେମା ମୋର ବଚନ ନିୟତ ।
ବରଷେ ସମ୍ପୂର୍ଣ୍ଣ ମୋର ଅଛି ୟେକ ବ୍ରତ ଗୋ । ୪ ।
ସ୍ତିରୀ, ତୈଳ, ଆମିଷ, ଚନ୍ଦନ, ଫୁଲ, ପାନ ।
ୟେତେକଇ ଭୋଗ ବ୍ରତ ଉଜୁଁଇଲେ ପୁଣ ଗୋ । ୫ ।
ଉଜୁଁଇବା ବିଧି ତୋତେ କହି ଚନ୍ଦ୍ରାବଳି ।
ସପତ ଦେଉଳ ହେବ ୟେକ ମୁଖଶାଳୀ ଗୋ । ୬ ।
ଉମା ମହେଶ୍ୱର ତ‌ହିଁ ବିଜେ କରାଇବ ।
କାନ୍ତ-ବିଚ୍ଛେଦ ନାମେଣ ଯାତ୍ରା ଭିଆଇବ ଗୋ । ୭ ।
ନାନାଦି ଉପହାର ଶୀତଳ ଦ୍ରବ୍ୟମାନ ।
ଦେବତାଙ୍କୁ ଭୋଗ ଲାଗି ହୋଉଥିବ ପୁଣ ଗୋ । ୮ ।
ଭାଟ ନଟ ଗାୟେଣୀ ବେଶ୍ୟାୟେ ନୃତ୍ୟକାରୀ ।