ପୃଷ୍ଠା:Sashi Sena.pdf/୧୦୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦଶମ ଛାନ୍ଦ
୬୫
 

ଚିନ୍ତାଭରେ ଶଶିଧର ତନୁ ଖିନ୍ନ କଲା ଯେ । ୩୯ ।
ୟେଥୁ ଅନନ୍ତରେ ସଖି ଶୁଣ ତୋଷ ହୋଇ ।
ଜ୍ଞାନ‌ଦେଈ ଆଗେ ଦିନେ କୁମର କ‌ହଇ ଯେ । ୪୦ ।
କିସ ଯାତ୍ରା ହୋଉଅଛି ନବରେ ତୁମ୍ଭର ।
ବିଶେଷିଣ କ‌ହ ତାହା ଆମ୍ଭର ଆଗର ଯେ । ୪୧ ।
ଏହା ଶୁଣି ମାଲୁଣୀ ଯେ ବୋଲଇ ବଚନ ।
ଅମରାବତୀ ରାଉତେ ଆସିଅଛି ପୁଣ ହେ । ୪୨ ।
ବିକ୍ରମକେଶରୀ ଶିଷ ନାମ ତାର ଶଶୀ ।
ସେବା କରି ଗଣ୍ଡା ମାରି ନୃପତିକି ତୋଷି ଯେ । ୪୩ ।
କୁମାରୀ ତାହାକୁ ବିଭା କରାଇଲେ ରାୟେ ।
ଭିଆଇଲେ ସେହୁ କାନ୍ତ-ବିଛେଦ ଯାତ୍ରାୟେ ଯେ । ୪୪ ।
ବରଷେ ସମ୍ପୂର୍ଣ୍ଣ ହେଲେ ଉଜୁଁଇବେ ବ୍ରତ ।
ତେବେ ସେ କୁମାରୀ ଅଙ୍ଗ ଛୁଇଁବେ ଯୁଗତ ହେ । ୪୫ ।
ତାହା ଶୁଣି କୁମର ଆପଣା ମନେ ଗୁଣି ।
ଶଶିସେଣା ସେହୁ ମୋର ପ୍ରାଣର ମିତୁଣୀ ଯେ ।୪୬ ।
କାନ୍ତ ବିଛେଦ ତାହାକୁ ହୋଇଛି ଯୁଗତ ।
ତେଣୁ କରି କପଟେ ମୋ ଭେଟ ପାଇଁ ବ୍ରତ ହେ ।୪୬ ।
ଏତେକ ବିଚାରି ବୋଲେ ଶୁଣ ଜ୍ଞାନ‌ଦେଈ ।
ଯାତ୍ରା ମୋତେ ଦେଖାଅ ତୁମ୍ଭର ସଙ୍ଗେ ନେଇ ଗୋ । ୪୮ ।
ହସିଣ ବୋଲଇ ବାମା ଶୁଣ ପ୍ରାଣନାଥ ।
ଶରଧା ବଳିଲା କି ଦେଖି ତ ତୁମ୍ଭ ଚିତ୍ତ ହେ ।୪୯ ।

୫ ଶଶିସେଣା