ପୃଷ୍ଠା:Sashi Sena.pdf/୧୦୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଏକାଦଶ ଛାନ୍ଦ
୬୧
 

ବେଲେ ନୋହିଲେ ଗୋ । ଏହା କରସି ମନୁଷ୍ୟ ଯେ । ୫ ।
ଶୁଣି ମାଲୁଣୀ ହୋଇଲା କାତର । ପୁଷ୍ପ ଗୋଟିଏ ଘେନିଲା ହସ୍ତର ।
ନାକେ ସୁଙ୍ଘାଇ ଖୋସିଲା ମଥାର ।
ଦେବ ଶୁଣିମା ହେ । ମେଣ୍ଢା ହୋଇଲା କୁମର ଯେ । ୬ ।
ଶଶିଧରର ସେ ଅଟଇ ଭାଇ । ଦେଖି କୋଳାଗ୍ରତ କଲେକ ଯାଇ ।
ବେନିଜନଙ୍କ ଶୋକ ଗରୁତର ।
ଦେବ ଶୁଣିମା ହେ । ଘେନିଗଲେ ନିଜପୁର ଯେ । ୭ ।
ଡ଼ଗରା ମୁଖରୁ ଏସନ ଶୁଣି । ଦେବ ବିସ୍ମୟେ ଯେ ମହୁଡ଼ମଣି ।
ଚାରଗଣକୁ ବୋଲେ ଦଣ୍ଡଧାରୀ ।
ବେଗେ ଯାଅସିରେ । ଜ୍ୱାଇଁ ଆଣସି ହକାରି ଯେ । ୮ ।
ଅହିମାଣିକ୍ୟ ଶଶିସେଣା ଦୁଇ । ଅପଣା ଦୁଖ ହୋନ୍ତି କୁହାକୁହି ।
ଏମନ୍ତ ସମୟେ ପ୍ରବେଶ ଦୂତ ।
ବୋଲେ ଆସିବା ହେ । ନୃପତି ଆଗ୍ୟାଁ ତୁରିତ ଯେ । ୯ ।
ଶିରେ ଆଦେଶ ଘେନି ତ‌ତକ୍ଷଣ । ସଜ ହୋଇଣ ଚଳନ୍ତି ବହନ ।
ଖଣ୍ତେ ଦୁରହୁଁ ଦେଖି ନୃପବର ।
ହେଲେ ପ୍ରଳମ୍ବ ଯେ । ସେହୁ କୁମାରୀ କୁମର ଯେ । ୧୦ ।
ଡ଼ାକନ୍ତି ବାବୁ ସନ୍ନିଧକୁ ଆସ । ଏହୁ ତୁମ୍ଭର ଯେ ଅଟନ୍ତି କିସ ।
କାହାର ଶାପ ପାଇଥିଲେ ପୂର୍ବେ ।
ଏହା କ‌ହିବା ହେ । ଆମ୍ଭଙ୍କୁ ବୁଝାଇ ଏବେ ଯେ । ୧୧।
କର ଯୋଡ଼ିଣ ବୋଲଇ ସୁନ୍ଦରୀ । ଶୁଣିମା ଦେବ ସାବଧାନ କରି ।


୧୧-୪—ଏହା ବୁଝାଇ ହେ । କହିବା ଆମ୍ଭର ଆଗେ ହେ (କ) ।