ପୃଷ୍ଠା:Sashi Sena.pdf/୧୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଏକାଦଶ ଛାନ୍ଦ
୭୩
 

ଶେଷ ବରଷେ ଗୋ । ଅବଶ୍ୟ ଭେଟ ପାଇବୁ ଯେ । ୧୯ ।
ଦେବୀ ଆଗ୍ୟାଁରୁ ଗୋପ୍ୟରୂପ ମୋର । ସେବା କଲଇଁ ଚରଣେ ତୁମ୍ଭର ।
ଗଣ୍ଡା ମାଇଲି, ତୋଷ ମୋତେ ହୋଇ ।
ଦେବ ଶୁଣିମା ହେ । ବିଭା କଲ ଜେମାଦେଈ ଯେ । ୨୦ ।
ତେଣୁ ସେ କପଟେ କଲଇ ବ୍ରତ । କାନ୍ତ ବିଚ୍ଛେଦ ଭିଆଇଲି ଯାତ ।
ମାଲୁଣୀ ଘରେ ବନ୍ଦୀ ଥିଲେ ୟେହି ।
ମେଣ୍ଢା କରିଣ ସେ । ଦିବସରେ ବାନ୍ଧିଥାଇ ଯେ । ୨୧ ।
ଦିନେ ମନୁଷ୍ୟ କରି ନିଶିଭାଗେ । ଯାତ୍ରା ଦେଖାଇ ଆଣିଲା ସରାଗେ ।
ଏହୁ ଲେଖିଣ ଅଇଲେ ଦିହୁଡ଼ି ।
ନିଶିଶେଷେଣ ହେ । ବାରତା ପାଇଲି ପଢ଼ି ଯେ । ୨୨ ।
ଲେଖା :-
"ଶଶିସେଣା। ବାଳୀ ମନର ହିଆଳି ଅହିମାଣିକ୍ୟ କୁମର
ଜ୍ଞାନଦେଈ ମୋତେ ମେଣ୍ଢା କରିଅଛି ପାରିଲେ ଏଥୁଁ ଉଦ୍ଧାର ।"
ଗୀତ:-
ତୁମ୍ଭ କୃପାରୁଁ ପାଇଲଇ ନାହା । ଧାତା ଘଟସୂତ୍ର କରିଛି ଯାହା ।
ଜନ୍ମେ ଜନ୍ମେ ମୁଇଁ ତୁମ୍ଭର ଦାସୀ ।
ଦେବ ଶୁଣିମା ହେ । ମୋର ବିନତି ବିଶେଷି ଯେ । ୨୩ ।
ଚନ୍ଦ୍ରାବଳୀ ବାଳୀ ତୁମ୍ଭ କୁମାରୀ । ତାହାକୁ ଦୁତି ସ୍ୱୟମ୍ବର କରି ।

୨୪-ଚନ୍ଦ୍ରାବତୀ ଜେମା (କ) ।


୨୨ । ଦିହୁଡ଼ି-ଦେଉଳର ସିଂହଦ୍ୱାର (ଦେହଳୀ ଶବ୍ଦଜ) । ମନର ହିଅଳି - ମନର ପ୍ରିୟ ପଦାର୍ଥ ।