ପୃଷ୍ଠା:Sashi Sena.pdf/୧୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୬
ଶଶିସେଣା
 

ଆମ୍ଭେ ଯାଇଁଣ ଆସିବା ଚେତାଇ । ତେବେ ସେ ଗ୍ୟାନ ପାଇବେ ନା ସହି ।
ଏତେ ବିଚାରି ହୋଇଲେ ବାହାର ।
ଆସି ପ୍ରବେଶ ସେ । ହୋଇଲେ କାମନ୍ତାପୁର ୟେ । ୩୮ ।
ସେ ରୂପ ତେଜି ଆନରୂପ ହୋଇ । ଗାୟେଣୀ ବେଶ ହୋଇଲେକ ଦୁଇ ।
କପଟେ ଚିତ୍ରପଟେ ଭିଆଇଲେ ।
ଅହମାଣିକ୍ୟ ସେ । କୁମର ତ‌ହିଁ ଲିହିଲେ ୟେ । ୩୯ ।
ତାହାଙ୍କର ପାଶେ ବେନ ପିତୁଳୀ । ଆପଣା ସ୍ୱରୂପ ଲିହିଲେ ବାଳୀ ।
ମାନ କରିଣ ଦୁହେଁ ଛନ୍ତି ବସି ।
ତାଙ୍କୁ କୁମର ଯେ । ଚରଣ ଧରି ନିବେଶି ୟେ । ୪ ।
ୟେମନ୍ତ ମାୟାପଟ ନିରିଭାଇ । ମନ୍ଦିରେ ତାଙ୍କର ପ୍ରବେଶ ହୋଇ ।
ଗୀତ ଆଳାପି ବଜାଇଲେ ତାଳି ।
ଶୁଣି ତରୁଣୀ ଯେ । ହୋଇଲେକ ଯାଇ ମେଳି ୟେ । ୪୧ ।
ଚିତ୍ରପଟରେ କୁମରକୁ ଦେଖି । ତାଙ୍କ ସମ୍ମୁଖେ ମିଳିଲେ ସୁମୁଖୀ ।
ତାଙ୍କୁ ଦେଖିଣ ନ ସ୍ଫୁରଇ କିଛି ।
ଚାହିଁ ଚକିତ ଯେ । ଶଶିସେଣ। ମଣୁଅଛି ୟେ । ୪୨ ।
ଚିତ୍ରପଟରେ ଲିହିଅଛି ଯାହା । ୟେହୁ ତ ଅଟନ୍ତି ଆମ୍ଭର ନାହା ।
ତାହାଙ୍କ ପାଶେ ଛନ୍ତି ବେନି ନାରୀ ।
ୟେହୁ କେବଣ ଗୋ । ଅଟନ୍ତି କାହାର ସ୍ତିରୀ ଯେ ।
ୟେମାନେ କିମ୍ପା କରୁଛନ୍ତି ମାନ । ଚାଟୁ କରନ୍ତି କର ପ୍ରସାରିଣ ।
ଏକଥା ବଡ଼ ଲାଗିଲା ସନ୍ଦେହ ।
ଫେଡ଼ି ସନ୍ଦେଶ ଗୋ । ଆମ୍ଭର ଆଗରେ କହ ୟେ । ୪୪ |