ପୃଷ୍ଠା:Sashi Sena.pdf/୧୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୦
ଶଶିସେଣା
 

 
ନିମିଷେକ ଲକ୍ଷେ ଯୁଗ ହୋଇଲାକ ସହି ।
ସଞ୍ଚିଲା ଲୋକ‌କୁ ୟେଡ଼େ ରୋଷ କାହିଁ ପାଇଁ । ୪ ।
ଯେତେ ଯେତେ ବିପତ୍ତିରୁ କଲୁ ସଖି ପାର ।
ତୋର ଭୃତ୍ୟ ବୋଲି ମୋତେ ବୋଲନ୍ତି ସଂସାର ।
କି ଦୋଷଣ ମୋତେ ୟେଡ଼େ ମାନ କରିଅଛୁ |
ଲୋୟେ କଷା ଦିଶିଲାନି କୁରଙ୍ଗିନୀ ଗଛୁ । ୫ ।
ୟେତେ ବୋଲି ଚରଣ ଧଇଲା ଶୋକ କରି ।
ଛାଡ଼ ଛାଡ଼ ବୋଲି ଉଠି ବସିଲା ସୁନ୍ଦରୀ ।
ଜ୍ୟେଷ୍ଠ ବେନି ଭାବିନୀ ଯେ ଅଛନ୍ତି ତୁମ୍ଭରି ।
ତାହାଙ୍କୁ କହିବ ଚାଟୁ ସେ ତୁମ୍ଭର ନାରୀ । ୬ ।
ତୁମ୍ଭେ ପ୍ରଭୁ ଅଟ ଆମ୍ଭେ ପରିବାରୀ ଜନ ।
ନ ବିଚାରି ଧର କିମ୍ପା ଆମ୍ଭର ଚରଣ ।
କୁମର ବୋଲଇ ସ‌ଖି ହୋଇଲୁ କି ବାଇ ।
ତୋହୋ ତହୁଁ ଜ୍ୟେଷ୍ଠ ବାମା ଭିଆଇଛୁ କାହିଁ । ୭ ।
ବାଳୁତ କାଳରୁ ଏକା ସଙ୍ଗତେ ବଢ଼ିଲୁ ।
ଏକା ଗୁରୁଠାରୁ ଦୁହେଁ ପାଠହିଁ ପଢ଼ିଲୁ ।
ଚନ୍ଦ୍ରାବଳୀ ସିନା ନ ଜାଣଇ ୟେହୁ କଥା ।
ଜାଣୁ ଜାଣୁ ମନରେ ତୁ କିମ୍ପା କରୁ ବ୍ୟଥା ।

୭-୧-ଆମ୍ଭେ ଅପରାଧୀଜନ (ଗ) ।


୫। ଲୋୟେ - ଲୁହରେ ।୬। ଭାବିନୀ- ଭାର୍ଯ୍ୟା । ଚାଟୁ - ମ‌ନ‌ଘେନା କଥା ।