ଏହି ପୃଷ୍ଠାଟି ବୈଧ ହୋଇସାରିଛି
ତ୍ରୟୋଦଶ ଛାନ୍ଦ
ବଙ୍ଗଳ ଶ୍ରୀ- ଯୁବତୀ କୁଳ ଶିରୋମଣିରେ ଗାଇବ-
ଯୁବତୀ-ରତନ ୟେକମନେ ଶୁଣ କହଇ ଅପୂର୍ବ ରସ ।
ଅହିମାଣିକ୍ୟ ପାତାଳପୁରେ ଯାଇ ଦେବୀ ଛାମୁରେ ପ୍ରବେଶ ।
ନା ଗୋ ୟେ । ୧ ।
ପାଦତଳେ ଯାଇ ପ୍ରଳମ୍ବ କରଇ ଦେଖିଣ ହରଷ ମାୟେ ।
କୋଳାଗ୍ରତ କରି ଚୁମ୍ବନ ଦିଅଇ ପାଶେ ବସାଇ ତନୟେ ।
ନା ଗୋ' ୟେ । ୨ ।
ସକଳ ସନ୍ଦେଶ ପଚାରି ଊତ୍ତର ଭିତରେ ମେଲାଣି ଦେଲେ ।
ନିଜ ଭାବିନୀ ଯଉଁଠାରେ ଅଛନ୍ତି କୁମର ତହିଁକି ଗଲେ ।
ନା ଗୋ ୟେ । ୩ ।
ଦେଖିଣ ସୁନ୍ଦରୀ ଗରୁମାନ କରି ଟେକି ନ ଚାହାନ୍ତି ମୁଖ ।
ନୟନୁଁ ନୀର ଝର ଝର ବହଇ ସୁମରି ବିଚ୍ଛେଦ ଦୁଖ ।
ନା ଗୋ ୟେ । ୪ ।
ଅନେକ ପ୍ରକାରେ ବିନୟ ହୋଇଣ କହଇ କୁମର ବାଣୀ ।
ବିନା ଅପରାଧେ କି କେ ୟେଡ଼େ କ୍ରୋଧ କରୁଛ ପ୍ରାଣମିତଣି ।
ନା ଗୋ ୟେ । ୫ ।
ମାତାଙ୍କ ବୋଲରେ ଯାଇଥିଲି ସିନା ନୋହଇ ଆୟତ୍ତ ମୋର ।
୦୪-୧- ନୁହଇ ମୋହୋର ଦୋଷ (କ) ।
୨। ପ୍ରଳମ୍ବ କରଇ-ଦଣ୍ଡବତ କରେ ।