ପୃଷ୍ଠା:Sashi Sena.pdf/୧୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୪
ଶଶିସେଣା
 

ଶଶିସେଣାକୁ ସେଠାରେ ଘେନିଯାଇ ପିଅର ପାଦେ ଓଳଗାଇ ।
ସେନେହ ଭରେ ଶିର ଚୂମ୍ବି ରାଜନ ନୟନରୁ ନୀର ବ‌ହି ।
ନୃପତି । ବୋଲନ୍ତି ଶୁଣ ମୋର ମାୟେ ।
ବାଘ ନେଲା ବୋଲି ମୂରୁଛିଲୁ ତୋତେ ୟେମନ୍ତେ କେବଣ ଉପାୟେ ।।
କର ଯୋଡ଼ିଣ ଶଶିସେଣା ବୋଲଇ ଶୁଣିମା ସାବଧାନ କରି ।
ଅହିମାଣିକ୍ୟ ସ୍ନାହାନ କରନ୍ତେଣ ଜଳଦେବତା ନେଲା ହରି ।
ଭୋ ତାତ । ବାଘ ରୂପେଣ ସେ ଅଇଲେ ।
ନିଶାକାଳେ ମୋତେ ଶୟନ ମନ୍ଦିରୁ ଅନ୍ତରୀକ୍ଷେଣ ଘେନିଗଲେ ।।
ଦେବୀ ଛାମୁରେ ଦେଲେ ନେଇ ଦୁହିଁକି ଦେଖିଣ ଅନୁଗ୍ରହ କଲେ ।
ବିଭା କରାଇଣ ପାଶେ କିଛୁଦିନ ଦାସୀଙ୍କି ରାଇ ଆଗ୍ୟାଁ ଦେଲେ ।
(କାହୁଁ) ଆଣିଲ । କାହାର ୟେ ବେନି ସନ୍ତ‌ତି ।
ଦୁଖୀ ହୋଇଥିବେ ପିଅର ଜନନୀ ନେଇଣ ଛାଡ଼ି ଆସ ଧାତି ।।
ଦେବୀ ବଚନେ ଦାସୀମାନେ ବିମନ ସେ ରଖି ନ ପାରେ ଯେ କେହୁ ।
ରୋଷେ ପୂରତି ଘେନିଗଲେ ତୁରିତ ଅରଣ୍ୟେ ଛାଡ଼ିଗଲେ ତ‌ହୁଁ ।
ପିଅର । ବନ ଭିତରେ ରହିଥିଲୁ ।
ଆପଣା ରାଜ୍ୟକୁ ବାଟ ବଣା ହୋଇ କାମନ୍ତା ପ୍ରବେଶ ହୋଇଲୁ ।।
ସେହୁ ରାଜ୍ୟରେ ଗଣ୍ଡା ଯେ ମାରିବ ଜେମା ତାକୁ ଦେବା ଅବଶ୍ୟ ।
ପିଅର । ବିହି କରିଅଛି ନିର୍ମାଣ ।
ଅହିମାଣିକ୍ୟ ଯେ ଗଣ୍ଡାକୁ ମାଇଲେ ଦୁହିତା ରାୟେ ଦେଲେ ପୁଣ ।।
ସେହୁ ରାଜ୍ୟରେ ସମୟକ ରହିଲୁ ନ ଛାଡନ୍ତି ସେ ସ୍ନେହ କରି ।
ଦିନେ ମୁଁ ନିଶାକାଳେ ଶୋକ କରଇ ତୁମ୍ଭ କଥା ମନେ ସୁମରି ।