ପୃଷ୍ଠା:Sashi Sena.pdf/୧୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଚତୁର୍ଦ୍ଦଶ ଛାନ୍ଦ
୧୦୩
 

ଅନେକ ଅଶ୍ୱଗଜ ଧନ ବସନ ଦେଇ ପାତ୍ରଙ୍କୁ ଆଜ୍ଞା ଦେଲେ ।
ଚତୁରଙ୍ଗ ବଳ ଘେନିଣ ସାମନ୍ତେ ଯାଅ ସକଳେ ଜେମା ତୁଲେ ।
ଯହୁଁ ସେ । ଆଜ୍ଞା ପାଇଣ ଯେ ସାମନ୍ତେ ।
ଦର୍ଶନ କରି ଯାଇ ନିଜ ଭୁବନେ ସଜ ହୋଇଲେକ ତୁରିତେ ।
ଅହିମାଣିକ୍ୟ ଶଶିସେଣା ସ‌ହିତ ନୃପତି ଚରଣେ ନମନ୍ତି ।
ମହାଦେଈଙ୍କି ଯେ ପ୍ରଣାମ କରିଣ ମେଲାଣି ପାଇଣ ଚଳନ୍ତି ।
ମାସେଣ । ପ୍ରବେଶ ଆପଣା ରାଜ୍ୟେଣ ।
ବେଶାଉର ଦେଖି ସନ୍ଦେଶ ପଚାରି କ‌ହଇ ନୃପ ସନ୍ନିଧାନ ।୨୫।
ତୁମ୍ଭର ଝିଅ ଶଶିସେଣା ବଲ୍ଲଭ ଅହିମାଣିକ୍ୟ ମନ୍ତ୍ରିସୁତ ।
କାମନ୍ତା ନୃପ କୁମାରୀ ବିଭା ହୋଇ ଆମ୍ଭ ରାଜ୍ୟରେ ଉପଗତ ।
(ଶୁଣ) ଦେବ ହେ । ଅନେକ ସୈନ୍ୟ ଅଛି ସଙ୍ଗେ ।
ପର ଥାଟ ବୋଲି ଓଗାଳିଲୁ ଯହୁଁ କ‌ହିଲେ ବହୁତ ସରାଗେ ।
ଚାର ମୁଖୁଁ ବାଣୀ ଶୁଣି ନୃପମଣି ଚକିତ ପରାୟେ ହୋଇଲେ ।
ଚୋରି ଗଲା ଧନ ପାଇଲାକ ଦୀନ ତେସନ ପରାୟେ ହୋଇଲେ ।
ନୃପ ଯେ । ଅନ୍ତେଶ୍ୱର ପୁରେ କହିଲେ ।
ସର୍ବ ତରୁଣୀ ଉଷତ ହୋଇ ପୁଣି ଅନ୍ଧକି ଲୋଚନ ପାଇଲେ ।
କହୁଁ କହୁଁ ଆସି କଟକ ଭିତରେ ପ୍ରବେଶ ହୋଇଲେ ନବରେ ।
ଶଶିସେଣା ବାଳୀ ଘେନି ଚନ୍ଦ୍ରାବଳୀ ବିଜୟେ କଲେ ଅନ୍ତେଶ୍ୱରେ ।
ସୁନ୍ଦରୀ । ଦେଖି ଧାଇଁଲେ ମାୟେ ପୁଣି ।
ଚରଣେ ପଡ଼ନ୍ତେ କୋଳରେ ଧରିଣ କରନ୍ତି ବହୁତ କାରୁଣି ।


୨୫। ଦେଶାଭର - ଡ଼ଗର ବା ଚାର । ୨୭ । ଉଷତ ହୋଇ - ଆନନ୍ଦିତ ହୋଇ ।