ଏହି ପୃଷ୍ଠାଟି ବୈଧ ହୋଇସାରିଛି
ତ୍ରୟୋଦଶ ଛାନ୍ଦ
୯୧
ୟେବେ ଯହୁଁ ତୁମ୍ଭ ସନ୍ଦେଶ ପାଇଲି ଅଇଲଇ ଧାତିକାର ।
ନା ଗୋ ୟେ । ୬ ।
ଏତେ କହି ବେନି ସୁନ୍ଦରୀଙ୍କ କର ଧରିଣ କରେ ବିନତି । ମାନ ତେଜି ବାମା ହରଷ ବଦନେ ପତି ଚରଣେ ନମନ୍ତି ।
ନା ଗୋ ୟେ । ୭ ।
ଚିର କାଳ ତାପ ହରିଲେ ସନ୍ତାପ ବଲ୍ଲଭ ବଦନ ଚାହିଁ । ଚାତକ ହୃଦରେ ଗ୍ରୀଷମ କାଳେ କି ଶୂନ୍ୟୁ ଜଳ ବରଷଇ ।
ନା ଗୋ ୟେ । ୮ ।
ନାନା ବିନୋଦ ହସ ରସେ ରସିଣ ବଞ୍ଚନ୍ତି ସୁଖେ ସେ ଦିନ । ନୃପତି କୁମାରୀ କି କରିବ ବୋଲି ଥାଇ ସେ କୁମର ମନ ।
ନା ଗୋ ୟେ । ୯ ।
ୟେଥୁ ଆନ ବାଣୀ ଶୁଣରେ ତରୁଣୀ ଶଶିସେଣା ବାଳୀ କଥା । ତପ ଅବଶେଷେ ପ୍ରବେଶ ଆସି ସେ ହୋଇଲେ ମାୟା ବନିତା ।
ନା ଗୋ ୟେ । ୧୦ ।
ବୋଲନ୍ତି ତରୁଣୀ ଶୁଣ ତପସ୍ୱିନି ବାଞ୍ଚା କରିଅଛୁ ଯାହା । ନାହାକୁ ତୋହୋର ଭେଟ କରାଇବୁ ହୋଇଥିବୁ ତୋତେ ସାହା ।
ନା ଗୋ ୟେ । ୧୧ ।
ପ୍ରଳମ୍ବ କରିଣ ବୋଲଇ ସୁନ୍ଦରୀ ମୁଁ ତୁମ୍ଭର ପରିଚାରୀ । ମନ ଜାଣି ଯେବେ ପ୍ରସନ୍ନ ହୋଇଲ ଦୁଖସିନ୍ଧୁ କର ପାରି ।
ନା ଗୋ ୟେ । ୧୨ ।
୬-୨- ଅଇଲଇ ତୁମ୍ଭ ପାଶ (କ) । ୧୦-୨- ତପ କରୁ କରୁ ପ୍ରସନ୍ନ ହୋଇଲା ତକ୍ଷଣେ ମାୟା ବନିତା (କ) ।
୧୦। ତପ ଅବଶେଷେ-ତପସ୍ୟା ଶେଷରେ ।