ପୃଷ୍ଠା:Sashi Sena.pdf/୧୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ତ୍ରୟୋଦଶ ଛାନ୍ଦ
୯୭
 

କହେ ଆମ୍ଭେ ସାତେ ମାୟାଦେବୀମାନେ ଆମ୍ଭଙ୍କୁ ସେବିଲା ସେହି ।
ପ୍ରସନ୍ନେ ତାଙ୍କୁ ତୁମ୍ଭଙ୍କୁ ଆଣିଦେଲୁ ଦେବୀଙ୍କି ମାୟା ଲଗାଇ ।
ନା ଗୋ ୟେ । ୪୫ ।
ୟେତ କ‌ହିଣ ଅନ୍ତରୀକ୍ଷେ ହୋଇଣ ଚଳିଲେ ମାୟାବନିତା ।
ଦୁଖ ତେଜି ସୁଖ ଲଭିଣ ହରଷ ପ୍ରବେଶ ପୁର କାମନ୍ତା ।
ନା ମୋ ୟେ । ୪୬ ।
ନୀଳଗିରି ପତି ହରିବେ ଦୁର୍ଗତି ତାରିବେ ନିରେଖ ଜଳ ।
ପରତାପ ରାୟେ ଶରଣ ପଶଇ ରଖ ରଖ ଜନାର୍ଦ୍ଦନ ।
ନା ଗୋ ୟେ । ୪୭ ।


୪୬ । ଅନ୍ତରୀକ୍ଷେ - ଆକାଶରେ । ୭ ଶ‌ଶିସେଣା