ପୃଷ୍ଠା:Sashi Sena.pdf/୧୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୬
ଶଶିସେଣା
 

ଥମ୍ବ ପ୍ରତିମା ପ୍ରାୟେକ ବେନି ବାମା ନ ପାରନ୍ତି କଥା କ‌ହି ।
ନା‌ ଗୋ ୟେ । ୩୮ ।
ମାୟାସୁନ୍ଦରୀ ମୋହ କରିଅଛନ୍ତି ତେତି ନ ପାରନ୍ତି କେହି ।
କୁଳବଧୂକୁ ବୋଧ କରି ଜନନୀ କୁମର ମେଲାଣି ଦେଇ ।
ନା ଗୋ ୟେ । ୩୯ ।
ଅନେକ ଦ୍ରବ୍ୟ ଯେ ବେଶ ଅଳଙ୍କାର ଦେଲେକ ସଭାର ଜନ ।
ତାହା ପାଇ ପୁଣି ହରଷ ତରୁଣୀ ହୋଅନ୍ତି କପଟ ମାନ ।
ନା ଗୋ ୟେ । ୪୦ ।
ବ‌ହୁତ ବିନୋଇ ପ୍ରଳମ୍ବିତ ହୋଇ ଚଳଇ କୁମର ଘେନି ।
ଶୂନ୍ୟ ପୁରୁଷ ମାନେ ଦେଖି ବୋଲନ୍ତି ଶଶିସେଣା ବାଳୀ ଧନୀ ।
ନା ଗୋ ୟେ । ୪୧ ।
ମଞ୍ଚ ଭବନରେ ପ୍ରବେଶ ହୋଇଲେ ମୁନିଙ୍କ ଆଶ୍ରମ ପାଶେ ।
ଅଷ୍ଟ ଅପଛରା ଘେନି କି ମଘବା ମଦନ ପୂଜାକୁ ଆସେ ।
ନା ଗୋ ୟେ । ୪୨ ।
ମାୟା ବଳୀମାନେ ମିଳିଣ କ‌ହନ୍ତି ଶୁଣ ଗୋ ତରୁଣୀମଣି ।
ପତି ପତ୍ନୀ ଏବେ ନିଜ ପୁରେ ଚଳ ଆମ୍ଭକୁ ଦିଅ ମେଲାଣି ।
ନା ଗୋ ୟେ । ୪୩ ।
କୁମର ବୋଲଇ ଶୁଣ ଗୋ ତରୁଣି ତୁମ୍ଭେମାନେ ଅଟ କେହୁ ।
ଶଶିସେଣା ସଙ୍ଗତରେ ଗୋ ତୁମ୍ଭର ପୀରତି ହୋଇଲା କାହୁଁ ।।
ନା ଗୋ ୟେ । ୪୪ ।


୪୨। ମଘବା - ଇନ୍ଦ୍ର । ମଦନ -କର୍ନ୍ଦପ ।