ଚତୁର୍ଦ୍ଦଶ ଛାନ୍ଦ
ରାଗ କୌଶିକ:-(ଦିଶ ଆହାରୀ-ଗ)
" ସପନେ ଅଙ୍ଗ ସଙ୍ଗ ଲଭି ଅଙ୍ଗନା" ବାଣୀରେ ଗାଇବ
ୟେଥି ଆନବାଣୀ ଶୁଣ ସେ ତରୁଣୀ କୁମର ଗଲେ ଯଉଁ ଦିନ
ନୃପତି କୁମାରୀ ତନୁ ସୁକୁମାରୀ ଝୁରି ଝୁରିଣ ଖୀନ ତନୁ ।
ସୁନ୍ଦରୀ । ଶୋକ ତା କହିଣା ନ ଯାଇ
ନୟନୁଁ ନୀର ବସନ୍ଧରା କରିଣ କୁଚ-ଶମ୍ଭୁରେ ବରଷି । ୧ ।
ଶିରୀଷ କୁସୁମ ସୁକୁମାର ତନୁ କୁଳିଶୁଁ କଠିନ ହୋଇଲା ।
ସ୍ନାହାନ ବେଶନ ନିଦ୍ରାହିଁ ଭୋଜନ ୟେତେକହିଁ ବାଳୀ ତେଜିଲା
ସୁନ୍ଦରୀ । ସଖୀଜନ ପାଶେ ବସିଣ ।
ଛିନ୍ନ ଛିନ୍ନ ମନ ହୋଇଣ ବିସ୍ମୟ କହଇ ପ୍ରଳାପ ବଚନ । ୨ ।
କି ଦୋଷ ମୋହୋର ହୋଇଲା କୁମର ଉପେକ୍ଷେଣ ଗଲେ ସଜନି ।
ଶଶିସେଣାକୁ ୟେକା କରି ସଙ୍ଗତେ ଘେନିଣ ଗଲେ ସେ ରଜନୀ ।
ସଂଘାତ । ସମାନ ମୁଁ ତାଙ୍କୁ ନୋହିଲି ।
ସପତଣୀ ପଣେ ହିଁସ୍ରକ ବଚନେ କଉଁଦିନେ ଅବା କହିଲି । ୩ ।
୧-୨-ନୃତି ଦୁଲାଳୀ ଚନ୍ଦ୍ରାବଳୀ ବାଳୀ (ଗ)
୧ । ନୟନରୁ ନୀର - ଆଖିରୁ ଲୁହ । ବସନ୍ଧରା-ଜଳ ଧାରା ସଚି (ବସୁନ୍ଧରା ଶଦ୍ଦଜ )
କୁଚ ଶମ୍ଭୁ -କୁଚ ହେଲା ମହାଦେବ । ମହାଦେବଙ୍କ ମୁଣ୍ଡରେ ଜଳଧାରା ଦିଆଯାଏ ।
ଏଠାରେ ଆଖିର ଲୁହ ଜଳଧାରା ପରି କୁଚରେ ପଡିଲା ।
୨ । କୁଳିଶୁଁ-ବଜ୍ରଠାରୁ । ବେସନ-ବେଶ ହେବା
୩ । ହିଂସ୍ରକ ବଚନେ-ହିଂସାଳିଆ କଥାରେ ।