ପୃଷ୍ଠା:Odisha Rajanitira Itihasa.pdf/୩୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ମନ୍ତ୍ରୀ ମଣ୍ଡଳର ସଦସ୍ୟ, ହାଇକୋର୍ଟର ବିଚାରପତି, ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତି, ଉଚ୍ଚପଦସ୍ଥ ଅଧୁକାରୀ ଓ କେତେକ ବି ଧାୟକ ଉପସ୍ଥିତ ଥୁଲେ । ନୂତନ ରାଜ୍ୟପାଳଙ୍କ ପତ୍ନୀ ଶ୍ରୀମତୀ ଆଲୋମିଆ ଜମିର ଓ ତାଙ୍କ ପରିବାରବର୍ଗ ମଧ୍ୟ ଉପସ୍ଥିତ ଥୁଲେ । ଏହି ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଡକ୍ଟର ଜମି ର ନିଜର ପ୍ରତିକ୍ରିୟାରେ କହିଲେ, "ଜୀବନର ଅନ୍ତିମ ପର୍ଯ୍ୟାୟ ରେ ଏକ ବିଶାଳ ଲକ୍ଷ୍ୟନେଇ ଓଡ଼ିଶାକୁ ଆସିଛି । ମୋର ସମସ୍ତ ଶକ୍ତି ସାମର୍ଥ୍ୟ ଖଟାଇ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବି । ମୋର ଦ୍ବାର ସମସ୍ତଙ୍କ ପାଇଁ ସର୍ବଦା ଖୋଲାରହିବ । ୧୯୩୧ ମସିହା ଅକ୍ଟୋବର ୧୭ ତାରିଖରେ ଏସ୍.ସି. ଜମିର ନାଗାଲାଣ୍ଡର ମୋକୋକଚୁଙ୍ଗ ଜିଲ୍ଲାର ଜଙ୍ଗମା ଗ୍ରାମରେ ଜନ୍ମ ଗ୍ରହଣ କରିଲେ । ସେ ହେଉଛନ୍ତି ଭାରତ ସହ ନାଗାଲ୍ୟାଣ୍ଡ ମିଶ୍ରଣର ଅନ୍ୟତମ ବିନ୍ଧାଣି ଆଧୁନିକ ନାଗାଲାଣ୍ଡର ନିର୍ମାତା। ତକ୍ଟର ଜମିର ୧୯୮୦, ୧୯୮୨ରୁ । ୧୯୮୬ ଓ ୧୯୯୩-୨୦୦୩ ପର୍ଯ୍ୟନ୍ତ ପାଞ୍ଚଥର ମୁଖ୍ୟମନ୍ତ୍ରୀ ଥୁଲେ । ୨୦୦୪-୦୮ ଯାଏ ଗୋଆର ଓ ୨୦୦୮ରେ ମହାରାଷ୍ଟ୍ରର ରାଜ୍ୟପାଳ ହେବା ସହ ୨୦୦୯ ରେ ଗୁଜୁରାଟ ରାଜ୍ୟର ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ବ ତୁଲାଇଲେ । ସେ ହେଉଛନ୍ତି ନାଗା ଜନଜାତି ସମ୍ପ୍ରଦାୟର ପ୍ରମୁଖ ନେତା ଓ ଖ୍ରୀଷ୍ଟଧର୍ମାବଲମ୍ବୀ ।

୧୯୬୧ରେ ଡକ୍ଟର ଜମିର ପ୍ରଥମ କରି ଲୋକସଭାକୁ ମନୋନୀତ ହୋଇ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କର ସଂସଦୀୟ ସଚିବ ଭାବରେ କାର୍ଯ୍ୟ କରିଥିଲେ । କେନ୍ଦ୍ର ସରକାରର ବୈଦେଶିକ ବିଭାଗ ଦାୟିତ୍ବରେ ସେ ରହିଥିଲେ । କେନ୍ଦ୍ର ସରକାରରେ ରେଳବାଇର ଉପମନ୍ତ୍ରୀ, ଶ୍ରମମନ୍ତ୍ରୀ, କୃଷି ଓ ଖାଦ୍ୟ ଉତ୍ପାଦନ ମନ୍ତ୍ରୀ ଭାବରେ ସେ ଦାୟିତ୍ବ ଗ୍ରହଣ କରିଲେ । ୧୯୭୧ରେ ସେ ନାଗାଲାଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଲେ । ତାଙ୍କର ତିନିପୁଅ, ଦୁଇ ଝିଅ ଓ ୧୨ ଜଣ ନାତି ନାତୁଣୀ ଅଛନ୍ତି । ୨୦୧୩ ମାର୍ଚ୍ଚ ମାସ ୯ ତାରିଖରେ ତାଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବରେ ନିଯୁକ୍ତି ମିଳିଥିଲା ।

୩୪୬ ଓଡ଼ିଶା ରାଜନୀତିର ଇତିହାସ