ପୃଷ୍ଠା:Odisha Rajanitira Itihasa.pdf/୩୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଆନ୍ଦୋଳନ କରିବାପାଇଁ ଅଙ୍ଗୀକାରବଦ୍ଧ । ଏହିଦଳର ମୁଖ୍ୟ ହେଲେ ଶ୍ରୀ ହେମନ୍ତ ରଥ । ଦଳ ଶ୍ରୀ ହେମନ୍ତ ରଥକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରି ଆସନ୍ତା ୨୦୧୪ ସାଧାରଣ ନିର୍ବାଚନରେ ସମୟ ବିଧାନସଭା ଓ ଲୋକସଭା ଆସନରେ ପ୍ରାର୍ଥୀ ଠିଆ କରାଇବାପାଇଁ ସ୍ଥିର କରିଛି । ନିର୍ବାଚନ କମିସନ୍ ଏହି ଦଳକୁ ‘ଟୋପି ନିର୍ବାଚନ ସଂକେତ ପ୍ରଦାନ କରିଛନ୍ତି ।

ଉତ୍କଳ ଭାରତ:

ମହାମେଘ ବହନ ଐରଖାରବେଳ ସ୍ୱାଇଁ

୨୦୧୦ ମସିହା ଫେବ୍ରୁଆରି ୧ ତାରିଖରେ “ଉତ୍କଳ ଭାରତ’ ଆଞ୍ଚଳିକ ରାଜନୈତିକ ଦଳର ଜନ୍ମ । ଏହାର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ହେଲେ ଭାରତୀୟ ଜନତା ପାର୍ଟିର ଅନ୍ୟତମ ପ୍ରମୁଖ ନେତା ତଥା ପୂର୍ବତନ ସାଂସଦ ଶ୍ରୀ ମହାମେଘ ବାହନ ଐରଖାରବେଳ ସ୍ବାଇଁ । ଶ୍ରୀ ସ୍ବାଇଁ ଥିଲେ ଭାରତୀୟ ଆଲାଏଡ୍ ସେବାର ଜଣେ ବରିଷ୍ଠ ଅଧିକାରୀ । ସରକାରୀ ଚାକିରି ତ୍ୟାଗକରି ଦେଶ ସେବାପାଇଁ ସେ ପ୍ରଥମେ ଭାରତୀୟ ଜନତାପାର୍ଟିରେ ଯୋଗ ଦେଇଥିଲେ । ପରେ ଏହି ଦଳ ତ୍ୟାଗ କରି ସେ ଓଡ଼ିଶାରେ 'ଉତ୍କଳ ଭାରତ’ ନାମରେ ଏକ ଆଞ୍ଚଳିକ ରାଜନୈତିକ ଦଳ ଗଠନ କରିଛନ୍ତି । ଏହିଁ ଦଳର ମୂଳ ଲକ୍ଷ୍ୟ ହେଲା; ଦେଶର ଭଲ ଲୋକଙ୍କୁ ରାଜନୀତି କୁ ଆଣିବା ଓ ଦେଶରେ ଦୁର୍ନୀତିମୁକ୍ତ ନିର୍ମଳ ଶାସନ ପ୍ରତିଷ୍ଠାକରିବା । ବିଶେଷ ଭାବରେ ଏହି ଦଳ ବିଜେଡ଼ି ସରକାରଙ୍କ ଏକଟଙ୍କିଆ ଚାଉଳ ପ୍ରଦାନ ଯୋଜନାକୁ ଘୋର ବିରୋଧ କରେ । ଆସନ୍ତା ୨୦୧୪ ମସିହା ସାଧାରଣ ନିର୍ବାଚନ ପାଇଁ ଏହି ଦଳ ତରଫରୁ କେତୋଟି ବିଧାନ ସଭା ଓ ଲୋକସଭା ଆସନ ପାଇଁ ପାର୍ଥୀ ଚୟନ କାର୍ଯ୍ୟ ଶେଷ ହୋଇଗଲାଣି । ‘ମୁଦି’ ଏହି ଦଳର ନିର୍ବାଚନ ସଂକେତ ।

‘ଓଡ଼ିଶା ଜନମୋର୍ଚ୍ଚା’

ବିଜୁ ଜନତା ଦଳରୁ ନିଲମ୍ବିତ ଓ ବହିଷ୍କୃତ ସାଂସଦ ଶ୍ରୀ ପ୍ୟାରୀମୋହନ ମହାପାତ୍ରଙ୍କ ବହୁ ପ୍ରତୀକ୍ଷିତ ରାଜନୈତିକ ଦଳ ଓଡ଼ିଶା ଜନମୋର୍ଚ୍ଚା’ ୯୪1୨୦୧୩ରେ ଆନୁଷ୍ଠାନିକ ଭାବରେ ପ୍ରତିଷ୍ଠା ହେଲା । ପୂର୍ବରୁ ପ୍ୟାରୀବାବୁଙ୍କ ଦ୍ବାରା ଜନମୋର୍ଚ୍ଚା’ ପ୍ରତିଷ୍ଠା ହୋଇଥିଲେ ହେଁ ଏହା ରାଜନୈତିକ ଦଳ ନଥିଲା । ଏକ ରାଜନୈତିକ ଦଳ ଗଠନ କରିବା ପାଇଁ ଶ୍ରୀ ମହାପାତ୍ର ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଖରେ ପୂର୍ବରୁ ଆବେଦନ କରିଥିଲେ । ତାହା

୩୪୦ ଓଡ଼ିଶା ରାଜନୀତିର ଇତିହାସ