ପୃଷ୍ଠା:Alankara Bodhodaya.pdf/୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫୦
ବାସୁଦେବ ଗ୍ରନ୍ଥାବଳୀ
 

ଶୌର୍ଯ୍ୟରେ ଯଥା,
ହେ ମହାରାଜ ! ଆପଣଙ୍କ ପ୍ରତାପାଗ୍ନିରେ ସମସ୍ତ ସମୁଦ୍ରମାନେ ଶୁଷ୍କ ହୋଇଥିଲେ, ପୁନଶ୍ଚ ଆପଣଙ୍କ ବୈରିସ୍ତ୍ରୀମାନଙ୍କ ଲୋତକଦ୍ୱାରା ପୂରିତ ହୋଇଗଲେ । ଦାନରେ ଯଥା,
ହେ ରାଜନ୍, ଆପଣ ଦାତା ହେବାରୁ ଯୁବକମାନେ କଳ୍ପଦ୍ରୁମ ହେଲେଣି ।
ନିରୁକ୍ତି ଅଳଂ - ଶବ୍ଦଯୋଗରୁ ନାମମାନଙ୍କର ଅନ୍ୟାର୍ଥତ୍ୱ କଳ୍ପନାକୁ ଯଥା,
ହେ ରାଜନ୍, ଇଦୃଶ ଚରିତଦ୍ୱାରା ଜାଣୁଅଛୁଁ ଯେ ଆପଣ ସତ୍ୟ ଦୋଷାକର ।
ଅତ୍ର ଦୋଷାକର ଶବ୍ଦ ଚନ୍ଦ୍ର ଉଦ୍ଦେଶ୍ୟରେ କହୁଁ କହୁଁ ଦୋଷର ସ୍ଥାନରୂପ ଅର୍ଥକୁ ବୁଝାଇଲା ।
ହେତ୍ୱଳଂ – ହେତୁ ହେତୁମନ୍ତ ଦୁହିଙ୍କର ଐକ୍ୟକୁ – ଯଥା,
ବେଙ୍କଟ ପ୍ରଭୁଙ୍କର କଟାକ୍ଷମାନେ, ବିଦ୍ୱଜ୍ଜନମାନଙ୍କର ଲକ୍ଷ୍ମୀବିଳାସମାନେ ହୋଇଅଛନ୍ତି ।
ଇତି ଅଳଂକାର ନିରୂପଣନ୍ନାମ ଷଷ୍ଠଃ ପରିଚ୍ଛେଦଃ ।


ଅଥ ଧ୍ୱନି

କାବ୍ୟ ଦୁଇପ୍ରକାର । ଧ୍ୱନି ଓ ଗୁଣୀଭୂତ ବ୍ୟଙ୍ଗ୍ୟ । ବ୍ୟଙ୍ଗ୍ୟ ବାଚ୍ୟାର୍ଥରୁ ଅଧିକ ଚମତ୍କାରୀ ହେଲେ, ଧ୍ୱନି ନାମକ ଉତ୍ତମକାବ୍ୟ ହୁଏ ।
ଏହି ଧ୍ୱନି ଦୁଇପ୍ରକାର; ଲକ୍ଷଣାମୂଳ ଓ ଅଭିଧାମୂଳ । ଅବିବକ୍ଷିତ ବାଚ୍ୟକୁ ଲକ୍ଷଣାମୂଳ ବୋଲାଯାଏ । [ଧ୍ୱନି]ଲକ୍ଷଣାମୂଳ ହେବାରୁ ବାଚ୍ୟାର୍ଥ ଅବିବକ୍ଷିତ (ଅନାଦୃତ) ହୁଏ ।
ବିବକ୍ଷିତାନ୍ୟପର ବାଚ୍ୟକୁ ଅଭିଧାମୂଳ ବୋଲାଯାଏ । ଅର୍ଥାତ୍ ବାଚ୍ୟାର୍ଥ ବ୍ୟଙ୍ଗପରହୋଇ ଆଦୃତହୁଏ । (ବାଚ୍ୟାର୍ଥ ସ୍ୱାର୍ଥକୁ ପ୍ରକାଶକରି ବ୍ୟଙ୍ଗାର୍ଥକୁ ପ୍ରକାଶ କରେ) ।
ଯଥା, ପ୍ରଦୀପ ଆପଣାକୁ ପ୍ରକାଶକରି, ଘଟାଦି ପଦାର୍ଥକୁ ପ୍ରକାଶ କରେ ।
ଅବିବକ୍ଷିତବାଚ୍ୟ ଲକ୍ଷଣମୂଳ ଧ୍ୱନି ଦୁଇପ୍ରକାର – ଅର୍ଥାନ୍ତର ସଂକ୍ରମିବାଚ୍ୟ ଓ ଅତ୍ୟନ୍ତ ତିରସ୍କୃତ ବାଚ୍ୟ ।
ଅର୍ଥାନ୍ତର ସଂକ୍ରମିତବାଚ୍ୟ - ଯହିଁରେ ମୁଖ୍ୟାର୍ଥ ଉପଯୋଗକୁ ନପାଇ ଆପଣାର ବିଶେଷ ରୂପ ଅର୍ଥାନ୍ତରରେ ପରିଣତ ହୁଏ, ତାକୁ ଅର୍ଥାନ୍ତର ସଂକ୍ରମିତ