ପୃଷ୍ଠା:Alankara Bodhodaya.pdf/୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫୬
ବାସୁଦେବ ଗ୍ରନ୍ଥାବଳୀ
 

ଚଞ୍ଚୁଦ୍ୱାରା ପୀଡ଼ିତ କରୁଅଛି ।
ଅତ୍ର କବିନିବଦ୍ଧ, କୌଣସି କାମୀପୁରୁଷ ସମ୍ବନ୍ଧି ପ୍ରୋଢ଼ୋକ୍ତିସିଦ୍ଧ ବସ୍ତୁଦ୍ୱାରା ତ୍ୱଦୀୟ ଅଧର ପୁଣ୍ୟାତିଶୟ ଲଭ୍ୟ, ଏହି ବସ୍ତୁ ପ୍ରତୀତ ହେଲା ।
କବିନିବଦ୍ଧ ବସ୍ତୁଦ୍ୱାରା ଅଳଂକାରଧ୍ୱନି – ଯଥା,
ସୁଭଗେ କୋଟି ସଂଖ୍ୟତ୍ୱ ମୁପେତ୍ୟ ମଦନାଶୁରୈଃ
ବସନ୍ତେ ପଞ୍ଚତା ତ୍ୟକ୍ତା ପଞ୍ଚତାସୀଦ୍‌ବିଯୋଗିନାଂ ।
ଅର୍ଥ – ହେ ସୁଭଗେ ! ବସନ୍ତରେ କନ୍ଦର୍ପ ଶରମାନେ, କୋଟି ସଂଖ୍ୟକ ହୋଇ ପଞ୍ଚତାକୁ (ପଞ୍ଚସଂଖ୍ୟାକୁ) ତ୍ୟାଗକରିବାରୁ ବିଯୋଗୀମାନଙ୍କର ପଞ୍ଚତା (ମରଣ) ହେଲା ।
ଅତ୍ର କବିନିବଦ୍ଧ ବକ୍ତୃ ପ୍ରୋଢୋକ୍ତିସିଦ୍ଧ, କାମଶରମାନଙ୍କର କୋଟିସଂଖ୍ୟକତ୍ୱ ପ୍ରାପ୍ତି ହେତୁକ, ଅଖିଳ ବିଯୋଗିମରଣରୂପ ବସ୍ତୁଦ୍ୱାରା ଶରମାନଙ୍କରେ ଥିବା ପଞ୍ଚତା, ବିଯୋଗୀମାନଙ୍କଠାରେ ରହିଲା କି ? ଏପରି ଉତ୍‌ପ୍ରେକ୍ଷାଳଂକାର ବ୍ୟଜ୍ୟମାନ ହେଲା ।
କବିନିବଦ୍ଧ ଅଳଂକାରଦ୍ୱାରା ବସ୍ତୁଧ୍ୱନି – ଯଥା,
ମଲ୍ଲିକା ମୁକୁଳେ ଚଣ୍ଡି ! ଭାତି ଗୁଞ୍ଜନ୍ମଧୁବ୍ରତଃ ।
ପ୍ରୟାଣେ ପଞ୍ଚବାଣସ୍ୟ ଶଙ୍ଖ ମା ପୂରୟନ୍ନିବ ।
ଅର୍ଥ – ହେ ଚଣ୍ଡି [କୋପନେ] ମଲ୍ଲିକା ମୁକୁଳରେ ଏହି ମଧୁବ୍ରତ ଯାହା ଧ୍ୱନି କରୁଅଛି, ତାହା ପଞ୍ଚବାଣର ପ୍ରୟାଣ ସମୟରେ ଶଙ୍ଖ ବାଦନ କରୁଅଛି ।
ଅତ୍ର କବିନିବଦ୍ଧ ବକ୍ତୃ ପ୍ରୋଢ଼ୋକ୍ତିସିଦ୍ଧ "ଶଙ୍ଖବାଦନ କରୁଅଛି କି ?” ଏହି ଉତ୍‌ପ୍ରେକ୍ଷାଳଂକାରଦ୍ୱାରା କନ୍ଦର୍ପର ଉନ୍ମାଦକାଳ ପ୍ରାପ୍ତହେଲା, ମାନ କରିବାର ଉଚିତ ନୁହେଁ, ଏତାଦୃଶ ବସ୍ତୁ ବ୍ୟଙ୍ଗ୍ୟ ହେଲା ।
କବିନିବଦ୍ଧ ଅଳଂକାରଦ୍ୱାରା ଅଳଂକାରଧ୍ୱନି - ଯଥା,
ମହିଳା ସହସ୍ର ଭରିତେ ତବ ହୃଦୟେ ସୁଭଗ ! ସା ଅମାନ୍ତୀ ଅନୁଦିନ ମନନ୍ୟ କର୍ମା ତନ୍ୱପ୍ୟଙ୍ଗ ତନୂ କରୋତି ।
ଅର୍ଥ – ହେ ସୁଭଗ ! ତୁମ୍ଭ ହୃଦୟ ସହସ୍ର ସଂଖ୍ୟକ ମହିଳାଦ୍ୱାରା ପୂର୍ଣ୍ଣ ହେବାରୁ, ମୋ ସଖୀ ସ୍ଥାନ ନପାଇ ପ୍ରତିଦିନରେ ସର୍ବକର୍ମ ପରିତ୍ୟାଗ କରି ଆପଣା ତନୁକୁ କୃଶ କରୁଅଛି ।
ଅତ୍ର କବିନିବଦ୍ଧ ବକ୍ତୃ ପ୍ରୋଢ଼ୋକ୍ତିସିଦ୍ଧ "ତୁମ୍ଭ ହୃଦୟ ସହସ୍ର ମହିଳାଦ୍ୱାରା ପୂର୍ଣ୍ଣ ହେବାରୁ ମୋ ସଖୀ ସ୍ଥାନ ନ ପାଇଲା” ଏପରି କାବ୍ୟଲିଙ୍ଗାଳଂକାର ଦ୍ୱାରା ତନୁକୁ କୃଶ କଲା ଉତ୍ତାରୁ ମଧ୍ୟ ତୁମ୍ଭ ହୃଦୟରେ ନ ରହିଲା, ଏପରି ବିଶେଷୋକ୍ତି ଅଳଂକାର