ପୃଷ୍ଠା:Alankara Bodhodaya.pdf/୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବାସୁଦେବ ଗ୍ରନ୍ଥାବଳୀ
Γ
 

ଏହି ସାହିତ୍ୟଦର୍ପଣ, ଅତିଶୟ ସରସ ଓ ସ୍ଥାନେ ସ୍ଥାନେ ଯୁକ୍ତିତର୍କ ଘଟିତ ହେବାରୁ, ତହିଁରୁ ଆମ୍ଭେ ଯେ ସବୁ କଠିନାଂଶ ଓ ଅଶ୍ଳୀଳ ଦୃଷ୍ଟାନ୍ତମାନଙ୍କୁ ତ୍ୟକ୍ତ କରି, କେବଳ ସୁବୋଧ ହେବା ନିମିତ୍ତ ସାର ସାର ପଦାର୍ଥମାନଙ୍କୁ ଉଦ୍ଧୃତ କଲୁ, ଏବଂଚ ଅଶ୍ଳୀଳ ପ୍ରକରଣରେ ଯାହା କିଛି ଅଶ୍ଳୀଳ ଦେଇଅଛୁଁ ତାହା କେବଳ ବୋଧନିମିତ୍ତ ଦେଇଅଛୁଁ ! ଅଥଚ ଧ୍ୱନି ପ୍ରକରଣରେ ଯେ କି ସରସ ଦୃଷ୍ଟାନ୍ତ ଦିଆହୋଇଅଛି ତାହା କେବଳ ରସଶାସ୍ତ୍ର, ଧ୍ୱନିପ୍ରଧାନ ଥିବା ପ୍ରଯୁକ୍ତ ସ୍ପଷ୍ଟବୋଧ ନିମିତ୍ତ ଦିଆହୋଇଅଛି । ପୁନଶ୍ଚ ନାଟକ, ବ୍ୟଞ୍ଜନା ଓ ରୀତି ଏହି ତିନି ପରିଚ୍ଛେଦ, ବିଶେଷରେ ଭାଷାର ଅନୁପଯୋଗୀ ହେବାରୁ ତ୍ୟାଗକଲୁଁ ଓ ଦର୍ପଣର ଅଳଙ୍କାର ପରିଚ୍ଛେଦ ବିସ୍ତୃତ ଥିବାରୁ ତଦୀୟ ଲକ୍ଷଣମାନଙ୍କର କଠିନତା ପ୍ରଯୁକ୍ତ ପ୍ରଥମ ପାନ୍ଥ ଶିଷ୍ୟମାନଙ୍କର ଦୁର୍ବୋଧତା ଶଙ୍କା କରି, କେବଳ ଜୟଦେବ କୃତ ଚନ୍ଦ୍ରାଲୋକରୁ ଉପମାଦି ଅଳଙ୍କାରମାନଙ୍କୁ ପ୍ରଦର୍ଶିତ କଲୁଁ ।
ଏହି ଗ୍ରନ୍ଥ ଅନୁବାଦ କଲା ସମୟରେ ତିଗିରିୟା ରାଜଧାନୀର ଶ୍ରୀଯୁତ ପଣ୍ଡିତବର ଭୁବନେଶ୍ୱର ବଡ଼ପଣ୍ଡାଙ୍କଦ୍ୱାରା ଅନେକ ସାହାଯ୍ୟ ପ୍ରାପ୍ତ ହୋଇଅଛୁଁ ।
ଉପସଂହାରରେ ବକ୍ତବ୍ୟ ଏହି ଯେ, ଏତଦ୍ ଗ୍ରନ୍ଥ ବିନିର୍ଗତ, ମଧୁଲେଶମାନେ, ଉତ୍କଳ ସାହିତ୍ୟ ରସିକମାନଙ୍କ ରସନାଦ୍ୱାରା ଅସାରାଂଶ ପରିତ୍ୟାଗପୂର୍ବକ ଲେଲୀହମାନ ହେବା ଆଶାରେ, ଏହି ଅଳଂକାର ବୋଧୋଦୟକୁ ମୂଦ୍ର୍ୟାଯନ୍ତ୍ର ଭାଜନରେ ପ୍ରବିଷ୍ଟ କରାଇଲୁଁ । ଇତି ।

BAMRA ଶ୍ରୀଯୁତ ସୁଢ଼ଳଦେବୋପାଧିକ
FEUDATORY STATE ବାସୁଦେବାଭିଧେୟ ବାମଣ୍ଡାଧିପତି

1886