ପୃଷ୍ଠା:Odishara Itihas.pdf/୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬
ଓଡ଼ିଶାର ଇତିହାସ ।

ଖୋର୍ଟାଏ ଉତ୍ତମ ସାମାଜିକ ଅବସ୍ଥା ଉପଭୋଗ କରନ୍ତି । ଓଡ଼ିୟାବ୍ରାହ୍ମଣଙ୍କ ପରି ଏ ଦେଶରେ ଉପନିବେଶ ସ୍ଥାପନ କରିଥିବା ବଙ୍ଗାଳୀବ୍ରାହ୍ମଣମାନେ ସୁଦ୍ଧା ଅନେକେ ଦରିଦ୍ର ଓ ଅନୁନ୍ନତ । ଏମାନେ ସମସ୍ତେ ହିନ୍ଦୁଧର୍ମାବଲମ୍ବୀ ଏବଂ ଓଡ଼ିୟାଭାଷା ଲେଖି ପଡି ଓ ବୁଝିପାରନ୍ତି । ଓଡିଶାରେ ଅନେକ ବୈଷ୍ଣବ ଥିବାରୁ ଚୈତନ୍ୟଚରିତାମୃତ ଓ ଅନ୍ୟାନ୍ୟ ଗୋସ୍ୱାମୀକୃତ ଗ୍ରନ୍ଥମାନ ପାଠ କରିବାପାଇଁ ଓଡ଼ିୟା କେହି କେହି ମଧ୍ୟ ବଙ୍ଗଭାଷାର ଆଲୋଚନା କରନ୍ତି । ଉପନିବେଶୀ ଅଧିବାସିମାନେ ଚିଠିପତ୍ର ଲେଖା ଓ ଦଲିଲ ଦସ୍ତାବିଜ ପ୍ରଭୃତି ସମସ୍ତ ଓଡିୟାଭାଷାରେ ଚଳାନ୍ତି । ପୁରୀଜିଲାର ବଙ୍ଗାଳୀ ଓ ସାଧାରଣ ମହାରାଷ୍ଟ୍ରୀୟ ଓ କେହି କେହି ଉତ୍ତର-ପଶ୍ଚିମାଞ୍ଚଳୀୟ ଉପବାସିଙ୍କର ମାତୃଭାଷା ସୁଦ୍ଧା ଓଡ଼ିୟା ହୋଇ ପଡ଼ିଅଛି ।

ଓଡ଼ିଶାରେ ମୁସଲମାନ ଅଛନ୍ତି । ସେମାନଙ୍କ ସଂଖ୍ୟା ପ୍ରାୟ ୭୫ ସହସ୍ର ହେବ । ଏକଦଳ ଦେଶୀୟ ଖ୍ରୀଷ୍ଟୀୟାନଙ୍କର ମଧ୍ୟ ସମାଜ ସ୍ଥାପିତ ହୋଇଅଛି କନ୍ତୁ ସେମାନଙ୍କର ସଂଖ୍ୟା ୩୫୦୦ ରୁ ଊର୍ଦ୍ଧ୍ୱ ନୁହେ । ନବପ୍ରଚାରିତ ବ୍ରାହ୍ମଧର୍ମର ଅନ୍ଦୋଳନ ମଧ୍ୟ ଓଡିଶାରେ ଅତି ସୂକ୍ଷ୍ମ‌ଭାବରେ ଆରବ୍‌ଧ ହୋଇଅଛି । ଗଡ଼ଜାତ ଓ ମୋଗଲବନ୍ଦୀର ସ୍ଥାନ ସ୍ଥାନରେ ନୀଚଶ୍ରେଣୀ ଲୋକଙ୍କ ମଧ୍ୟରେ ମହିମାଧର୍ମ ବୋଲି ଏକ ଧର୍ମ ନୂତନ ପ୍ରଚାରିତ ହୋଇଅଛି । ଏହିପରି ଜନଶ୍ରୁତି ଯେ ଏ ଧର୍ମର ଆଶ୍ରିତ ଲୋକ ପ୍ରାୟ ଦଶ ସହସ୍ର ହେବ । ମଧ୍ୟ ୩୦ ଜଣ ଭିତରେ ବୌଦ୍ଧ ଅଛନ୍ତି ।


ନିରାକାର ଈଶ୍ୱର ଉପାସନା ଓ ଜାତିଭେଦ ଅସ୍ୱୀକାର କରିବା ମହିମାଧର୍ମାଶ୍ରିତଙ୍କ ଧର୍ମର ମୂଳତ‌ତ୍ତ୍ୱ । ମାତ୍ର ସେମାନେ ସାଧାରଣତଃ ଅକ୍ଷରଜ୍ଞାନଶୂନ୍ୟ ଓ ମୁର୍ଖ ହେବାରୁ, ସେମାନଙ୍କ ମଧ୍ୟରେ ନାନାପ୍ରକାର କୁସଂସ୍କାର କ୍ରମଶଃ ପ୍ରବେଶ କରୁଅଛି । ବର୍ତ୍ତମାନ ସେମାନଙ୍କ ମଧ୍ୟରେ ଏକପ୍ରକାର ଅଗ୍ନିପୂଜା ପ୍ରବେଶ କଲାଣି । ଜାତିଭେଦ ଅସ୍ୱୀକାର କରି ସୁଦ୍ଧା ବ୍ରାହ୍ମଣ, ରାଜା, ବେଶ୍ୟା, ରଜକ ଓ ବିଧର୍ମିକ ସଙ୍ଗେ କିମ୍ବା ସେମାନଙ୍କ ଘରେ ଆହାରାଦି କରିବା ପାପଯୁକ୍ତ ବୋଲି ସେମାନେ ପ୍ରଚାର କରନ୍ତି । ମୁସଲମାନମାନଙ୍କୁ ପରି ଧର୍ମଉନ୍ମାଦି କେତେକ ପରିମାଣରେ ସେମାନଙ୍କ ମଧ୍ୟରେ ପ୍ରବେଶ କରିଅଛି । ମାଦକଦ୍ରବ୍ୟ ମଧ୍ୟରେ ଗଞ୍ଜା ଦିନ‌କୁଦିନ ସେମାନଙ୍କର ଅଧିକତର ପ୍ରିୟ ହେଉଅଛି । ଯୀଶୂ, ମହମ୍ମଦ, ଚୈତନ୍ୟ ପ୍ରଭୃତି ଧର୍ମପ୍ରଚାରକମାନଙ୍କଦ୍ୱାରା ଆଦୌ ଅଜ୍ଞାନିଙ୍କ ମଧ୍ୟରେ ଗଭୀର ଆଧ୍ୟାତ୍ମିକ ଉପାସନା ପ୍ରଚାରିତ ହୋଇ ଶେଷକୁ ଯେମନ୍ତ ମୂର୍ଖତା ହେତୁରୁ ନାନା ପ୍ରକାର ଅଲୌକିତ ଘଟନାରେ ଓ ପ୍ରବର୍ତ୍ତକଙ୍କର ଅବତାରତ୍ୱରେ ଲୋକଙ୍କର ବିଶ୍ୱାସ ଜନ୍ମିଥିଲା, ସେହିପରି ଏହି ଅସଭ୍ୟତମ ଗଡ଼ଜାତବାସିଙ୍କ ମଧ୍ୟରେ କ୍ରମଶଃ ଘଟିଅଛି ଏବଂ ଏଥିରୁ ସ୍ପଷ୍ଟ ପ୍ରମାଣ ମିଳଇ ଯେ ସବୁଦେଶରେ ସବୁକାଳରେ ମୂର୍ଖତା ଅନ୍ଧକାର ସତ୍ୟ