ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା

ନ ଥାନ୍ତା, ଯଦି ଏହା ମଧ୍ୟରେ ଧର୍ମର ସେହି ପରମ ଆହ୍ବାନ ଓ ମଧୁରତମ ପ୍ରତିଶୁତି ନ ଥାନ୍ତା: ‘ଶୁଣ, ହେ ଅମୃତର ପୂତ୍ରଗଣ ! ଯେଉଁମାନେ ଦିବ୍ୟ ଧାମରେ ବାସ କର ସେମାନେ ମଧ୍ୟ ଶୁଣ । ମୁଁ ସେହି ମହାନ୍ ପୁରାଣ ପୁରୁଷଙ୍କ ଦର୍ଶନ ପାଇଛି, ଯିଏ ସକଳ ଅନ୍ଧକାର ଓ ଅଜ୍ଞାନର ଉର୍ଦ୍ଧ୍ବରେ ଅବସ୍ଥିତ । ତାଙ୍କୁ ଜାଣିଲେ ତୁମମୋନେ ମଧ୍ୟ ମୃତ୍ୟୁକୁ ଅତିକ୍ରମ କରିବ ।” ଏହି ମହାନ୍ ବାଣୀ ନିମିତ୍ତ ସବୁକିଛିର ଅସ୍ତିତ୍ୱ ଥିଲା ଓ ରହିଛି ମଧ୍ୟ । ଏହା ହିଁ ହେଉଛି ସେହି ଉପଲବ୍ଧ ଯେଉଁଥିରେ ଅନ୍ୟ ସମସ୍ତ ଅନୁଭୂତି ମିଶି ଏକତ୍ର ହୋଇପାରେ । ‘ଆମମାନଙ୍କର ବର୍ତ୍ତମାନ କର୍ତ୍ତବ୍ୟ’ ବିଷୟକ ବକ୍ତୃତାରେ ସ୍ୱାମୀଜୀ ଯେତେବେଳେ ଗୋଟିଏ ମନ୍ଦିର ନିର୍ମାଣ ପାଇଁ ସମସ୍ତଙ୍କୁ ସାହାଯ୍ୟ କରିବାକୁ କହିଲେ, ଯେଉଁଠି ସମସ୍ତ ଉପାସକଗଣ ଆସି ଉପାସନା କରିପାରିବେ, ଯେଉଁ ମନ୍ଦିରର ପବିତ୍ର ବେଦୀ ଉପରେ ‘ଓଁ' ଶବ୍ଦଟି ରହିବ, ସେତେବେଳେ ଆମମାନଙ୍କ ମଧ୍ୟରୁ କେହି କେହି ତାଙ୍କର ଏହି ଉକ୍ତି ମଧ୍ୟରେ ଅନ୍ୟ ଏକ ବୃହତ୍ତର ମନ୍ଦିରର ଆଭାସ ପାଇଥିଲେ—ଯେଉଁ ମନ୍ଦିର ଆମର ପୁଣ୍ୟ ମାତୃଭୂମି ଭାରତବର୍ଷ ଯେଉଁ ମନ୍ଦିରର ପବିତ୍ର-ବେଦୀ ତଳେ କେବଳ ଭାରତର ନୁହେଁ, ବରଂ ସମଗ୍ର ପୃଥିବୀର ସମସ୍ତ ସାଧନା-ପଥ ଆସି ମିଳିତ ହୋଇଛି ଏବଂ ଯାହାର ବେଦୀରେ ପ୍ରତିଷ୍ଠିତ ରହିଛି ସେହି ପ୍ରତୀକଟି, ଯାହା କେବଳ ମାତ୍ର ପ୍ରତୀକ ନୁହେଁସେହି ନାମ ଯାହା ସକଳ ଶବ୍ଦର ଅତୀତ । ସକଳ ଉପାସନା ସକଳ ଧର୍ମପଦ୍ଧତି ଏହାରି ଅଭିମୁଖରେ-ବିପରୀତ ଦିଗକୁ ନୁହେଁ । ପୃଥିବୀର ନିଷ୍ଠାପରାୟଣ ଧର୍ମସମୁହ ସହିତ ଭାରତ ସମସ୍ବରରେ ଘୋଷଣା କରୁଛି ଯେ, ସାଧନାର ଅଗ୍ରଗତି ଦୃଷ୍ଟିରୁ ଅଦୃଷ୍ଟକୁ, ବହୁତ୍ତ୍ୱରୁ ଏକତ୍ୱକୁ, ନିମ୍ନରୁ ଉଚ୍ଚତର ସ୍ତରକୁ, ସାକାରରୁ ନିରାକାରକୁ—କେବେହେଲେ ଏହାର ବିପରୀତ ଦିଗକୁ ନୁହେଁ । ଭାରତର ବୈଶିଷ୍ଟ୍ୟ କେବଳ ଏହି ବିଷୟରେ ଯେ, ସେ ପ୍ରତ୍ୟେକ ଆନ୍ତରିକ ଧର୍ମବିଶ୍ବାସକୁ—ତାହା ଯେ କୌଣସି ସ୍ଥାନର ବା ଯେ କୌଣସି ପ୍ରକାରର ହେଉନା କାହିଁକି, ସେହି ମହାନ୍ ଉନ୍ନତି-ପଥରେ ଗୋଟିଏ ଗୋଟିଏ ସୋପାନ ସଦୃଶ ମନେ କରେ ଏବଂ ଏହି ସକଳ ଧର୍ମ-ବିଶ୍ୱାସକୁ ସେ ସହାନୁଭୂତି ଜଣାଏ ଓ ଆଶ୍ବାସ ପ୍ରଦାନ କରେ ।


ହିନ୍ଦୁଧର୍ମର ଏହି ପ୍ରବକ୍ତାଙ୍କ ମଧ୍ୟରେ ଯଦି ଏପରି କିଛି ଥାଆନ୍ତା, ଯାହା ତାଙ୍କର ନିଜସ୍ବ, ତେବେ ସ୍ୱାମୀ ବିବେକାନନ୍ଦଙ୍କର ଯଥାର୍ଥ ମହତ୍ତ୍ୱ ବାସ୍ତବିକ କ୍ଷୁର୍ଣ୍ଣ ହୋଇଥାଆନ୍ତା । ଗୀତାରେ ଶ୍ରୀକୃଷ୍ଣଙ୍କ ପରି ବୁଦ୍ଧ, ଶଙ୍କରାଚାର୍ଯ୍ୟ ଓ ଭାରତର ଚିନ୍ତା-ଜଗତର ଅନ୍ୟ ସକଳ ଆଚାର୍ଯ୍ୟଙ୍କ ପରି ତାଙ୍କର କଥାସମୂହ ବେଦ ଓ ଉପନିଷଦୂର ଉଦ୍ଧୄତିରେ ସମୃଦ୍ଧ । ଯେଉଁ ରତ୍ନ-ଭଣ୍ଡାରକୁ ଭାରତ ନିଜ ଅନ୍ତରରେ ଧାରଣ କରି ରଖୁଛି, କେବଳ ସେଗୁଡ଼ିକର ପ୍ରକାଶକ ରୂପେ-ବ୍ୟାଖ୍ୟାତାରୂପେ ସ୍ୱାମୀଜୀ ସେଠାରେ ବିରାଜମାନ । ସେ ଯଦି