ପୃଷ୍ଠା:Odishara Itihas.pdf/୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

26

ଓଡ଼ିଶାର ଇତିହାସ

ସେ ସ୍ୱୟଂ ଜାତିବିଲୋପୀ ସୁନୀତିସଙ୍ଗତ ବୌଦ୍ଧଧର୍ମ* ଅବଲମ୍ବନ କରିଥିଲେ ଓ ଅନେକ ଲୋକ ମଧ୍ୟ ସେ ଧର୍ମର ଅନୁରାଗୀ ହୋଇଥିଲେ । ଏଥିରୁ ବୋଧହୁଅଇ ବୌଦ୍ଧଧର୍ମ ଓଡ଼ିଶା ସ୍ପର୍ଶ କଲା ସମୟକୁ ଆର୍ଯ୍ୟମାନଙ୍କର ଓଡ଼ିଶାରେ ରାଜ୍ୟଶାସନ ଆରବ୍ଧ ହୋଇଥିଲା । ବ୍ରହ୍ମଦତ୍ତଙ୍କ ଉତ୍ତରାଧିକାରୀମାନେ ସୁଦ୍ଧା ବୌଦ୍ଧଧର୍ମର ଉପାସକ ଥିଲେ । ତଦ୍‌ବଂଶୀୟ ଶେଷ ରାଜାଙ୍କ ସମୟରେ ଜନୈକ ବୌଦ୍ଧଧର୍ମାବଲମ୍ବୀଙ୍କଦ୍ୱାରା ରାଜଧର୍ମ ସମସ୍ତ ପ୍ରଜାଙ୍କର ଅବଲମ୍ବନୀୟ ବୋଲି ଘୋଷିତ ହୋଇଥିଲେ । ଏହି ସମୟରେ ଓଡ଼ିଶା ଯବନମାନଙ୍କଦ୍ୱାରା ଆକ୍ରାନ୍ତ ହୋଇଥିବାର ମାଦଳାପାଞ୍ଜି ଲେଖକମାନେ ଲେଖିଅଛନ୍ତି । ବୋଧହୁଏ, ବୋଦ୍ଧମାନେ ଯବନ ବୋଲି ପଞ୍ଜିକାରେ ଉଲ୍ଲିଖିତ ହୋଇଅଛନ୍ତି । ମାଦଳା ଲିଖିତ ଅତି ପୁରାକାଳର ବୃତ୍ତାନ୍ତମାନଙ୍କୁ ସତ୍ୟ ବୋଲି ବିଶ୍ୱାସ କରିବାପାଇଁ ଆମ୍ଭେମାନେ ତ କୌଣସି ଯୁକ୍ତି ଦେଖୁନାହୁଁ, ତ‌ଥାପି ସିଂହଳଦ୍ୱୀପରକ୍ଷିତ ବୌଦ୍ଧଧର୍ମ‌ ପୁସ୍ତକ ସଙ୍ଗେ ପଞ୍ଜିକାର ସାମଞ୍ଜସ୍ୟ ରକ୍ଷା କରି ବିବେଚନା କଲେ ପ୍ରତୀୟମାନ ହୁଅଇ ଯେ ଖ୍ରୀଷ୍ଟପୂର୍ବ ଷଷ୍ଠ ଓ ପଞ୍ଚଦଶ ଶତାବ୍ଦୀଦ୍ୱୟରେ ଏ ଅଞ୍ଚଳୀୟ ନରପତିଚୟଙ୍କ ମଧ୍ୟରୁ କେହି ଅବା କେତେବେଳେ ବୌଦ୍ଧ, କେହି ବା ହିନ୍ଦୁମତାବଲମ୍ବୀ ଥିଲେ ଏବଂ ଏହି ଶତାବ୍ଦୀଦ୍ୱୟରେ ବ୍ରାହ୍ମଣମାନଙ୍କର ପ୍ରାଦୁର୍ଭାବ ଓ ଔତ୍ତରୀୟ ରାଜାଙ୍କ ସ‌ହିତ ଓଡ଼ିଶା ରାଜାଙ୍କର ଯୋଗବିଗ୍ରହ ତୃଟିକି ଲିଭିନଥିଲା ।


ଦେଖି ତାଙ୍କର ସଂସାର ପ୍ରତି ବୈରାଗ୍ୟ ଜନ୍ମିଥିଲା । ପୁଣି ଏକ ଯୋଗୀକି ଦେଖି ଯୋଗକୁ ମାୟା ଓ ଦୁଃଖମୟ ସଂସାରର ଉଦ୍ଧାରର ଉପାୟ ବୋଲି ସ୍ଥିର କରିଥିଲେ । ତାଙ୍କର ବୈରାଗ୍ୟ ଦେଖି ପିତା ତାଙ୍କୁ ବିବାହ ଦେଇଥିଲେ । ମାତ୍ର ଅବଶେଷରେ ଘରୁ ବାହାରିଯାଇ ବନେ ବନେ ବୁଲି, ବ୍ରାହ୍ମଣଙ୍କ ଶାସ୍ତ୍ର ଓ ଦର୍ଶନ ସମସ୍ତ ଆଲୋଚନା କରି, ସଂସାରର ମାୟାମୟ ଭାବ ବିଶେଷରୂପେ ହୃଦୟଙ୍ଗମ କରିଥିଲେ । ଅନନ୍ତର ବେହାର ଓ ଉତ୍ତରପଶ୍ଚିମାଞ୍ଚଳରେ ବ‌ହୁକାଳ ଧର୍ମ ଘୋଷଣା କରି, ଅନେକ ରାଜା, ଧନୀ ଓ ସାଧାରଣ ଲୋକଙ୍କ ମତ ପରିବର୍ତ୍ତନ କରାଇ ୭୦ ବର୍ଷ ବୟସରେ କୁଶିନ‌ଗରରେ ଦେହତ୍ୟାଗ କରିଥିଲେ ।

  • ବୌଦ୍ଧଧର୍ମ ମତ ବୁଝିବା କଠିନ । ବୁଦ୍ଧଦେବ ଯେଉଁ ଦଶ ଆଜ୍ଞା ଦେଇଥିଲେ ସେଥିରେ ଈଶ୍ୱର ଉପସନାର କୌଣସି ନିର୍ଦ୍ଦେଶ ନାହିଁ । ସେ ଆଜ୍ଞାମାନ ଏହି - ୧) ହତ୍ୟା ନ କର; ୨) ଚୋରୀ ନ କର; ୩) ବ୍ୟଭିଚାର ନ କର; ୪) ମିଥ୍ୟା ନ କୁହ; ୫) ମାଦକରେ ମତ୍ତ ନ ହୁଏ। ୬)ଅସଙ୍ଗତ