ପୃଷ୍ଠା:Odishara Itihas.pdf/୧୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫୩
ଅଷ୍ଟମ ଅଧ୍ୟାୟ ।

ହୋଇଥିଲେ । ପୂର୍ବ ସାହେବଙ୍କଠାରେ ସେମାନଙ୍କର ବିଶେଷ କଥା ଚଳୁଥିଲା । ଦେଶରେ ପ୍ରଥମ ପ୍ରଥମ ହୋଇ ଯେଉଁ ଦେଶୀୟଭାଷାର ସ୍କୁଲମାନ ସ୍ଥାପିତ ହେଲା ସେ ସବୁରେ ଓଡ଼ିୟା ଅପେକ୍ଷା ବଙ୍ଗଳାଭାଷାର ବିଶେଷ ଅନୁଶୀଳନ ଚଳିଲା । ଖ୍ରୀଷ୍ଟ୍ରୀୟାନ ପାଦ୍ରୀଙ୍କ ଯତ୍ନରେ ମୁଦ୍ରାଯନ୍ତ୍ର ସ୍ଥାପିତ ହୋଇ ଓଡ଼ିୟାଭାଷାରେ ଓଡ଼ିୟାପୁସ୍ତକମାନ ପ୍ରଚାରିତ ଓ ବଣ୍ଟିତ ହେଲା; ତହୁଁ ଟିକିଏ ଟିକିଏ ସ୍କୁଲମାନଙ୍କରେ ଓଡିୟା ଚଳିଲା । ଅନନ୍ତର ନଅଙ୍କ ସମୟରେ କେତେକ ଉତ୍କଳବାସିଙ୍କ ଯତ୍ନରେ କଟକ ପ୍ରିଣ୍ଟିଂକମ୍ପାନୀ ସ୍ଥାପିତ ହେଲା । ସେଥିରେ ପୁରାତନ ଓ ନୂତନ ଗ୍ରନ୍ଥମାନ ମୁଦ୍ରିତ ହୋଇ ରାଜପୁରୁଷଙ୍କଠାରେ ଓଡ଼ିଶାର ଟେକ ବଢ଼ାଇଲା । ରାଜକାର୍ଯ୍ୟୋପଲକ୍ଷରେ ଅନେକ ବଙ୍ଗବାସୀ ଓଡ଼ିଶାକୁ ଆସିଥିଲେ, ଆସିଅଛନ୍ତି ଓ ବର୍ତ୍ତମାନ ମଧ୍ୟ ଆସୁଅଛନ୍ତି । ଆଜିକି ୮ ବର୍ଷ ତଳେ ଉତ୍କଳଭାଷା ଓ ବଙ୍ଗଭାଷା ଘେନି ତୁମୂଳ ବାଗ୍‌ଯୁଦ୍ଧ ଲାଗିଥିଲା; ବଙ୍ଗୀୟମାନେ ବଙ୍ଗଭାଷାର ଓ ଭତ୍କଳବାସୀ ଓଡ଼ିୟା ବଙ୍ଗାଳୀ ଓ ଖୋର୍ଟାଏ ଉତ୍କଳଭାଷାର ପକ୍ଷ ଅବଲମ୍ବନ କଲେ । ଅବଶେଷକୁ ରାଜପୁରୁଷମାନେ ଓଡ଼ିୟାଭାଷାର ପୁରାତନତ୍ୱ ଓ ଜାତିତ୍ୱ ହୃଦୟଙ୍ଗମ କଲାରୁ ନିଃସହାୟୀ ଓଡ଼ିୟାଭାଷାର ମାନ ରକ୍ଷିତ ହେଲା ଓ ତଦାନୀନ୍ତନ ଛୋଟଲାଟ କେମ୍ବଲ ସାହେବଙ୍କଦ୍ୱାରା ଓଡ଼ିଶାରୁ ବଙ୍ଗଭାଷାର ବ୍ୟବହାର ରହିତ ହୋଇ ଓଡିୟାଭାଷା ସ୍କୁଲ ପ୍ରଭୃତି ସର୍ବତ୍ର ପ୍ରଚଳିତ ହେଲା । ସେହିଦିନଠାରୁ ଉତ୍କଳଭାଷାରେ ଗ୍ରନ୍ଥସଂଖ୍ୟା ବୃଦ୍ଧି ହେଉଅଛି ।

୧୮୫୮-୫୯ ଖ୍ରୀଷ୍ଟାବ୍ଦରେ ଜ୍ଞାନାରୁଣ ଓ ପ୍ରବୋଧଚନ୍ଦ୍ରିକା ନାମକ ଦୁଇଖଣ୍ଡି ସାମୟିକ ପତ୍ର ଭିନ୍ନ ଭିନ୍ନ ସମୟରେ ପ୍ରଥମ ମିଶନ ଯନ୍ତ୍ରାଳୟରେ ମୁଦ୍ରିତ ହୋଇ ପ୍ରକାଶିତ ହୋଇଥିଲା । ତଦନନ୍ତର କଟକ ପ୍ରିଣ୍ଟିଂକମ୍ପାନୀ ସ୍ଥାପିତ ହୋଇ ୧୮୬୬ ମସିହାରେ ଉତ୍କଳଦୀପିକା ସମ୍ବାଦପତ୍ର ପଥରକଳାରେ ଛାପା ହୋଇ ପ୍ରଚାରିତ ହେଲା । ତହିଁଉତ୍ତାରୁ ଇଂରାଜୀ ଓଡ଼ିୟାରେ ଆଉ କେତେକ ସାମୟିକ ପତ୍ର ପ୍ରକାଶିତ ହେଲା, ସେଥିମଧ୍ୟରୁ ବର୍ତ୍ତମାନ କେତେକ ଅବା ଲୁପ୍ତ ହୋଇଅଛି ଓ କେଢେକ ଅବା ଅଛି । ବର୍ତ୍ତମାନ୍ ବାଲେଶ୍ୱର ପୁରୀ ଓ ଗଞ୍ଜାମରେ ଉତ୍କଳ ମୁଦ୍ରାଯନ୍ତ୍ର ପ୍ରତିଷ୍ଠିତ ହୋଇ ବାଲେଶ୍ୱର ଓ ଗଞ୍ଜାମରୁ ସଂବାଦପତ୍ରମାନ ବାହାରୁଅଛି ।

ବାଣିଜ୍ୟ-ଇଂରାଜମାନେ ଓଡ଼ିଶା ଅଧିକାର କରିବା ସମୟରେ ମରହଟ୍ଟାଙ୍କ ଅତ୍ୟାଚାର ଯୋଗୁଁ ଅନ୍ୟାନ୍ୟ ବିଷୟର ବାଣିଜ୍ୟମାନ ରହିତ ହୋଇ ଚାଉଳ ଓ ଲୁଣର ରପ୍ତାନୀ ଓଡିଶାରୁ ବିଶେଷ ପରିମାଣରେ ହେଉଥିଲା । ବାଲେଶ୍ୱରର ଧାମରା, ଚୂଡ଼ାମଣ, ସେ ସମୟରେ ବନ୍ଦର ଥିଲା । ମାଳଦ୍ୱୀପରୁ