ପୃଷ୍ଠା:Odishara Itihas.pdf/୧୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୧
ଚତୁର୍ଥ ଅଧ୍ୟାୟ ।

ମଧ୍ୟ କଥିତ ଅଛି ରାଜାମାନଙ୍କ ଶାସନ ସମୟରେ ରାଜପୁତାନା ଓ ଅନ୍ୟାନ୍ୟ ସ୍ଥାନମାନଙ୍କରୁ ଦୁଇ ଏକ ବୀରପୁରୁଷେ ଓଡିଶାକୁ ସମାଗତ ହୋଇ ଓଡ଼ିଶାର ବନ ପର୍ବତ ମଧ୍ୟରେ ଆଦିମ ଅସଭ୍ୟଜାତିଙ୍କି ପରାଭବ କରି ଆପଣା ଆପଣାର କ୍ଷୁଦ୍ରରାଜ୍ୟ ସ୍ଥାପନ କରିଥିଲେ । ଅବଶେଷରେ ସେମାନେ ଓଡ଼ିଶାରାଜାଙ୍କର ନାମମାତ୍ର ଅଧୀନତା ସ୍ୱୀକାର କରି ନିର୍ବିବାଦରେ ଆପଣା ଆପଣା ସ୍ଥାପିତ ରାଜ୍ୟ ଭୋଗ କରୁଥିଲେ । ଆଧୁନିକ ନୟାଗଡ଼ *ଓ ଅନ୍ୟାନ୍ୟ କୌଣସି କୌଣସି ଗଡ଼ଜାତର ରାଜାମାନଙ୍କର ପୂର୍ବପୁରୁଷେ ଏହି ପ୍ରକାରେ ଆପଣା ଆପଣାର ରାଜ୍ୟ ପୂର୍ବକାଳରେ ସଂସ୍ଥାପନ କରିଥିଲେ । ବୌଦରାଜ୍ୟ ଆଜିକି ପ୍ରାୟ ସହସ୍ରବର୍ଷ ପୂର୍ବେ ଜଣେ ବ୍ରାହ୍ମଣଦ୍ୱାରା ସ୍ଥାପିତ ହୋଇଥିବାର ପ୍ରବାଦ ପ୍ରଚଳିତ ଅଛି । ପୁଣି ଓଡ଼ିଶାର ଏକ ଏକ ସ୍ଥାପିତ କ୍ଷୁଦ୍ରରାଜ୍ୟରୁ ରାଜପୁତ୍ର ପ୍ରଭୃତି ଏକସ୍ଥାନରୁ ସ୍ଥାନାନ୍ତରକୁ ଯାଇ ଆପଣ ଆପଣା ବାହୁବଳଦ୍ୱାରା ସେ ସ୍ଥାନମାନ ଅଧିକାର କରି ସେ ସବୁରେ ନୂତନ ନୂତନ କ୍ଷୁଦ୍ରରାଜ୍ୟମାନ ସଂସ୍ଥାପନ କରିଥିଲେ $। ଗଙ୍ଗାବଂଶୀୟ ରାଜାଙ୍କ ସମୟରେ ଏମାନେ ସାମନ୍ତରାଜାରୂପେ ପରିଗଣିତ ହୋଇଥିଲେ । ଗଙ୍ଗାବଂଶୀୟ ରାଜାଏ ଯେଉଁ ନୂତନ କେହି କେହି ସାମନ୍ତରାଜାଙ୍କୁ ସୃଷ୍ଟି କରିଥିଲେ, ସେମାନଙ୍କ


ମୟୁରଭଞ୍ଜ ସହିତ ଯୁଦ୍ଧ କରି ସେ ଗଡ଼ ଲୁଣ୍ଠନ କରିଥିଲେ । ଇଂରାଜମାନେ ଅନ୍ୟାନ୍ୟ ଗଡ଼ଜାତରାଜାଙ୍କ କିଲ୍ଲାକୁ “ପାହାଡ଼ୀ ଜମିଦାର" ବୋଲି ଲେଖିଅଛନ୍ତି, ମାତ୍ର ମୟୁରଭଞ୍ଜକୁ "ରାଜ୍ୟ" ବୋଲି ଉକ୍ତ କରିଅଛନ୍ତି ।

  • କଥିତ ଅଛି ଦୁଇଜଣ ରାଜପୁତାନାନିବାସୀ ଗଡ଼ଜାତ ବାଟେ ଜଗନ୍ନାଥ ଦର୍ଶନକୁ ଆସିଥିଲେ । ସେମାନେ ଫେରି ଯିବାବେଳେ କେତେକ ବ୍ୟାଘ୍ରଭୟପୀଡ଼ିତ ଅସଭ୍ୟ ଲୋକେ ସେମାନଙ୍କୁ ବାଘ ମାରିବାର ଅନୁରୋଧ କଲେ । ସେମାନେ ବାଘ ମାରିବାରୁ ସେମାନଙ୍କୁ ଅସଭ୍ୟମାନେ ରାଜପଦରେ ପ୍ରତିଷ୍ଠିତ କଲେ । ପୂର୍ବେ ନୟାଗଡ଼ ଓ ଖଣ୍ଡପଣ୍ଡା ଏକରାଜ୍ୟ ଥିଲା । କଳହ ଉପସ୍ଥିତ ହୋଇ ଉକ୍ତ ବଂଶ ମଧ୍ୟରେ ବିଭକ୍ତ ହୋଇ ଦୁଇ ରାଜ୍ୟ ହୋଇଅଛି ।

$ବୌଦ ଅବଶେଷରେ ମୟୁରବଂଶୀୟ ଏକ ରାଜପୁତ୍ରଙ୍କର ଅଧୀନସ୍ଥ ହୋଇଥିଲା । କେନ୍ଦୁଝର ରାଜା, ଦଶପଲ୍ଲା ରାଜା, ଗଞ୍ଜାମ ଅନ୍ତଃପାତୀ ଘୁମସରର ପୂର୍ବ ରାଜାଏ ମୟୁରବଂଶୀୟ ଅଟନ୍ତି । ମୟୁରଭଞ୍ଜରୁ ମୟୁରବଂଶୀୟ ରାଜପୁତ୍ରମାନେ ଏ ସ୍ଥାନମାନଙ୍କୁ ଆସି ଏହି ସ୍ଥାନମାନଙ୍କରେ ଅଧିକାର ସଂସ୍ଥାପନ କରିଥିଲେ । କେନ୍ଦୁଝରୀ ଲୋକେ ମୟୁରଭଞ୍ଜ ଦୂର ପଡ଼ିଲାରୁ ମୟୁରଭଞ୍ଜର ଏକ ସାମନ୍ତଙ୍କୁ ଆଣି ଆପଣା ଆପଣାର ରାଜା କରିଥିଲେ । ଡ଼ମ‌ପଡ଼ାରେ ଜଣେ ଡ଼ମ ରାଜା ଥିଲା;