ପୃଷ୍ଠା:Odishara Itihas.pdf/୧୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫୦
ଓଡ଼ିଶାର ଇତିହାସ ।

ଦୁର୍ଭିକ୍ଷ ପଡ଼ିଥିଲା ସେଥିରେ ରିକେଟ୍‌ସ ସାହେବ ଯେପରି ପରିଶ୍ରମ ସ୍ୱୀକାର କରି ଓ କଲିକତା ପ୍ରଭୃତି ଭିନ୍ନ ଭିନ୍ନ ସ୍ଥାନରୁ ଚାନ୍ଦା ସଂଗ୍ରହ କରି ଅଣାଇ ବହୁସଂଖ୍ୟକ ଦୁର୍ଭିକ୍ଷ‌ପୀଡ଼ିତ ପ୍ରଜାଙ୍କୁ ଅନ୍ନଦାନ ଦେଇ ପ୍ରାଣ ବଞ୍ଚାଇଥିଲେ, ତାହା ସ୍ମରଣ କରି ଅଦ୍ୟାପି ସୁଦ୍ଧା ବାଲେଶ୍ୱରବାସିଏ ତାଙ୍କ ପ୍ରତି ଅପୂର୍ବ କୃତଜ୍ଞତାର ଭାବ ପ୍ରକାଶ କରନ୍ତି । କମିଶନର ହୋଇ ଓଡ଼ିଆଙ୍କୁ ଉଚ୍ଚ କାର୍ଯ୍ୟରେ ନିୟୋଗ କରିବା ବିଷୟରେ ସେ ବିଶେଷ ଯତ୍ନବାନ୍ ହୋଇଥିଲେ । ଘୁମୁଷର ତାଙ୍କ ଶାସନ ସମୟରେ ବିଦ୍ରୋହାଚରଣ କରିବାରୁ ଖାସ ହୋଇଥିଲା । ଅଦ୍ୟାପି ସେ ତାଙ୍କ ପୁରାତନ ଓଡ଼ିଆ ବନ୍ଧୁଙ୍କୁ ପାସୋରି ନାହାନ୍ତି । ବର୍ଷ ଚାର ତଳେ ଓଡିଶାର ବର୍ତ୍ତମାନ ଅବସ୍ଥା ଜାଣିବା ସକାଶେ ଉତ୍ସୁକ ହୋଇ ସେ ବିଲାତରୁ ଏକ ଦୀର୍ଘ ପତ୍ର ଇଣ୍ଡିୟା ଗବର୍ଣ୍ଣମେଣ୍ଟକୁ ଲେଖିଥିଲେ । ସେଥିର ସଦୁତ୍ତର ମଧ୍ୟ ପ୍ରେରିତ ହୋଇଅଛି । ଗତ ନଅଙ୍କ ଦୁର୍ଭିକ୍ଷ ସମୟରେ ସାହାଯ୍ୟାର୍ଥ କଛି ଟଙ୍କା ସୁଦ୍ଧା ସେ ପଠାଇଥିଲେ । କୋବରନ୍ ସାହେବଙ୍କ ଶାସନ ସମୟରେ ଭାରତବର୍ଷ କୋମ୍ପାନୀଙ୍କଠାରୁ ମହାରାଣୀ ଗ୍ରହଣ କରିଥିଲେ ( ୧୮୫୮) । ସେହି ଉପଲକ୍ଷରେ ଭାରତର ଅନ୍ୟାନ୍ୟ ସ୍ଥାନ ପରି ଓଡ଼ିଶାର ପ୍ରଧାନ ପ୍ରଧାନ ନଗରମାନଙ୍କରେ ମଧ୍ୟ ରୋଷନାଇ ପ୍ରଭୃତିର ଧୂମଧାମ ଓ ଘୋଷଣାପତ୍ର ପଠିତ ହୋଇଥିଲା । ଲେଫ୍‌ଟନଣ୍ଟ ଗବର୍ଣ୍ଣର ହାଲିଡ଼େ ସାହେବ ୧୮୫୯ ଖ୍ରୀଷ୍ଟାବ୍ଦରେ କୋବରନ୍ ସାହେବ କମିଶନର ଥିବା ସମୟରେ ଓଡ଼ିଶା ପରିଦର୍ଶନାର୍ଥ ଆଗମନ କରିଥିଲେ । ଟ୍ରେଭର ସାହେବଙ୍କ ଶାସନ ସମୟରେ ଇଷ୍ଟ ଇଣ୍ଡିଆ ଇରିଗେଶନ ଓ କେନେଲ କୋମ୍ପାନୀ ଓଡ଼ିଶାରେ ନାଳ ଓ ଜଳସେଚନର ଉପାୟ ଓ ସୁବିଧାମାନ ବିଧାନ କରିବା ସକାଶେ ଓଡଶାକୁ ଗମନ କରି କାର୍ଯ୍ୟାରମ୍ଭ କରିଥିଲେ । ଯୋବରା, ନରାଜ ଓ ବିରୁପା ବନ୍ଧ ସେହିମାନେ ବନ୍ଧାଇଥିଲେ । କିନ୍ତୁ ସେମାନଙ୍କର ସେଥିରେ ଅନେକ ଟଙ୍କା ବ୍ୟୟ ହେବାରୁ ଓ ବ୍ୟୟ ଅନୁସାରେ ଶୀଘ୍ର ଲାଭର ପ୍ରତ୍ୟାଶା ନ ଦେଖିବାରୁ, ୧୮୬୮ ମସିହାରେ ୯୪୧୩୬୮୦ ଟଙ୍କାକୁ ସେମାନଙ୍କର ସମସ୍ତ କାର୍ଯ୍ୟ କର୍ମ ଓ ଅସ୍ତ୍ର ଶସ୍ତ୍ର ଗବର୍ଣ୍ଣମେଣ୍ଟଙ୍କୁ ବିକ୍ରୟ କଲେ । ସୋର୍ ସାହେବ କଟକରେ କଲେକ୍ଟର ଓ ଜ‌ଜ ହୋଇ ଅବଶେଷରେ କମିଶନର ହୋଇଥିଲେ । ପ୍ରଜାଙ୍କର ସୁଖବର୍ଦ୍ଧନ ତାଙ୍କର ଆନ୍ତରିକ ଇଚ୍ଛା ଥିଲା । ଉତ୍କଳବାସୀ କାହାରି କାହାରିକ ସେ ଉଚ୍ଚ କାର୍ଯ୍ୟମାନ ମଧ୍ୟ ପ୍ରଦାନ କରିଥିଲେ । ରାଜ୍ୟର ବିଦ୍ୟାଶିକ୍ଷା, ରାଜସ୍ୱ, ସାଧାରଣ କାର୍ଯ୍ୟ ସବୁ ବିଷୟରେ ମନୋଯୋଗୀ ହୋଇଥିଲେ । ତାଙ୍କ ଉତ୍ତାରୁ ରେଭନ୍ସା ସାହେବ କମିଶନର ହେଲେ । ତାଙ୍କ ଶାସନକାଳ ଗତ ଦଶବର୍ଷ ମଧ୍ୟରେ ଓଡିଶାର କିଛି ଉନ୍ନତ୍ତ ହୋଇଅଛି । କଟକ ସ୍କୁଲ ୧୮୬୮