ପୃଷ୍ଠା:Odishara Itihas.pdf/୧୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୫
ଷଷ୍ଠ ଅଧ୍ୟାୟ ।

ସେହି ସମୟରୁ ଆଫଗାନ ବିଦ୍ରୋହର ପ୍ରାଦୁର୍ଭାବ ଊଣା ପଡ଼ିଲା । ମୋଗଲମାନେ କେତେକ ବର୍ଷ ନିର୍ବିବାଦରେ ଓଡ଼ିଶା ଉପଭୋଗ କଲେ । ସାଜାହାନ—ଆଫଗାନଙ୍କ ପରାଭବ ଉତ୍ତାରୁ ବଙ୍ଗ ଶାସନକର୍ତ୍ତାଙ୍କ ତତ୍ତ୍ୱାବଧାରଣରେ ଓ ଜଣେ ଜଣେ ସ୍ୱାଧୀନ ଶାସନକର୍ତ୍ତାଙ୍କ ଶାସନରେ ଓଡ଼ିଶା ଯାକ ଶାନ୍ତି ଭୋଗ କରୁଥିଲା । ସ‌ହସା ସମ୍ରାଟ ଜାହାଙ୍ଗିରଙ୍କ ପୁତ୍ର ତାଙ୍କ ସଙ୍ଗେ ବିବାଦ କରି ଓଡ଼ିଶାରେ ଆସି ଉପସ୍ଥିତ ହେଲେ । ତେତେବେଳେ ଅହମ୍ମଦ ବେ ଓଡ଼ିଶାର ଶାସନକର୍ତ୍ତା ଥିଲେ । ସେ ଯୁଦ୍ଧାର୍ଥ ପ୍ରସ୍ତୁତ ନ ହେଉଣୁ ସାଜାହାନ ତାଙ୍କୁ ପରାସ୍ତ କଲେ । ଓଡ଼ିଶାରେ ଆଫଗାନଙ୍କ ମଧ୍ୟରେ ସୈନ୍ୟ ସଂଗ୍ରହ କରି ଓ କେତେକ ଇଉରୋପୀୟ ତୋପର ସାହାଯ୍ୟ ଲଭି ବଙ୍ଗଳା ଅଧିକାର କଲେ । ବଙ୍ଗଳାର ଶାସନକର୍ତ୍ତା ଇବ୍ରାହିମ ଖାଁ ଯୁଦ୍ଧରେ ନିହତ ହେଲେ (୧୬୨୩) । ଦୁଇବର୍ଷ କାଳ ବଙ୍ଗ ଶାସନ କରି ଅବଶେଷରେ ସେ ମୋଗଲସମ୍ରାଟ ଜାହାଙ୍ଗିରଙ୍କଦ୍ୱାରା ପରାଭୂତ ହୋଇ ପୁଣି ଓଡିଶାକୁ ପଳାଇ ଅଇଲେ ଓ ପିତାଙ୍କଠାରେ ନିଜ ଅପରାଧପାଇଁ କ୍ଷମା ପ୍ରାର୍ଥନା କଲେ(୧୬୨୫) । ପିତାଙ୍କଠାରୁ କ୍ଷମା ପ୍ରାପ୍ତ ହୋଇ ରାଜଧାନୀକି ପ୍ରତ୍ୟାଗତ ହେଲେ ଓ ପିତାଙ୍କ ମୃତ୍ୟୁ ଉତ୍ତାରୁ (୧୬୨୭ ଖ୍ରୀଷ୍ଟାବ୍ଦରେ ମୋଗଲ ସିଂହାସନ ଆରୋହଣ କଲେ ।

ବାଣିଜ୍ୟାର୍ଥ ଇଉରୋପୀୟଙ୍କର ଓଡ଼ିଶାକୁ ଆଗମନ—୧୫୧୪ ଖ୍ରୀଷ୍ଟାବ୍ଦରେ ପୋର୍ତ୍ତୁଗିଜମାନେ ସୁବର୍ଣ୍ଣରେଖାକୂଳବର୍ତ୍ତୀ ପିପିଲିଠାରେ ପ୍ରଥମ ବାଣିଜ୍ୟକୋଠି ସ୍ଥାପନ କଲେ । ତଦନନ୍ତର ନିର୍ବିବାଦରେ ଶଏ ବର୍ଷକାଳ ସେମାନଙ୍କର ବାଣିଜ୍ୟ ବଙ୍ଗୋପସାଗରରେ ଚଳିଲା । ପୋର୍ତ୍ତୁଗିଜଙ୍କ ପଦାନୁସରଣ କରି ଡ଼ବ୍, ଫରାସିସ୍, ଦିନେମାର ଓ ଇଂରେଜମାନେ ଓଡ଼ିଶାକୁ ବାଣିଜ୍ୟ କରିବା ପାଇଁ ଆଗମନ କଲେ । ୧୬୦୦ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ମହାରାଣୀଙ୍କଠାରୁ ଇଷ୍ଟ ଇଣ୍ଡିୟା କୁମ୍ପାନୀ ଭାରତବର୍ଷରେ ବ୍ୟବସାୟ କରିବାର ସନନ୍ଦ ପାଇଥିଲେ । ଇଂରାଜଙ୍କ ତରୀ ୧୬୧୧ ଖ୍ରୀଷ୍ଟାବ୍ଦରେ ପ୍ରଥମ ପିପିଲି ସ୍ପର୍ଶ କଲା । ସାଜାହାନ ପିତୃବିରୋଧୀ ହୋଇଥିବା ସମୟରେ ପୋର୍ତ୍ତୁଗିଜଙ୍କର ସାହାଯ୍ୟ ପ୍ରାର୍ଥନା କରିଥିଲେ; କିନ୍ତୁ ପୋର୍ତ୍ତୁଗିଜମାନେ ତାଙ୍କୁ ସାହାଯ୍ୟ ଦେବା ସକାଶେ ସମ୍ମତି ହୋଇ ନ ଥିଲେ । ସାଜାହାନଙ୍କର ସେ କଥା ଉତ୍ତମରୂପେ ସ୍ମରଣ ଥିଲା । ସେ ସମ୍ରାଟ ହୋଇ ପୋର୍ତ୍ତୁଗିଜଙ୍କୁ ସେଥିର ଉତ୍ତମ ପ୍ରତିଫଳ ଦେଲେ । ତଦନ‌ନ୍ତର ଇଂରାଜମାନେ ସାଜାହାନଙ୍କଠାରୁ ବଙ୍ଗ ଓ ଓଡ଼ିଶାରେ ବ୍ୟବସାୟ କରିବାର ଆଦେଶ ଲାଭ କଲେ(୧୬୩୪) । ଆଜିମ ଖାଁ ତେତେବେଳେ ବଙ୍ଗଳାର ଶାସନ‌କର୍ତ୍ତା ଥିଲେ । ଅନ୍ୟତ୍ର ଇଂରାଜଙ୍କୁ ବାଣିଜ୍ୟକୋଠି ସ୍ଥାପନ କରି