ପୃଷ୍ଠା:Kathalahari (RN Das, 1927) opt.pdf/୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫
ମଣ୍ତାଗଛ ବା ଗୌଡ଼ପିଲା କଥା ।

ରଜାଙ୍କ ଘରେ କାନ୍ଦବୋବାଳି ପଡ଼ିଥାଏ, କାହାରି ମନରେ ସୁଖ ନ ଥାଏ । ସାନଭଉଣୀ ଯାଇ ଦେଖେ ଯେ ଭାଇ ଢ଼ୋକାଉଛି, ହଠାତ୍ କାହାକୁ କିଛି ନ କ‌ହି ଗୋଟାଏ କୁରାଢ଼ି ଘେନି ଆସି କାଚଖମ୍ବରେକରି ପାହାରେ ଦେଲା । କାଚଖମ୍ବ ଚୁନା ହୋଇଗଲା, ସାଧବ ଝିଅ ତ‌ହିଁରୁ ବାହାରି ପଡିଲା । ତାକୁ ଧରିନେଇ ଗଲେ, ରଜାପୁଅ ଆଗରେ ଛିଡ଼ା କରିଦେଲେ, ତାକୁଦେଖି ତା ଦେହରେ ଜୀବ ପଶିଲା । ରଜାପୁଅ କ୍ରମେ ୨ ଭଲ ହୋଇଗଲା, ସେହି ସାଧବ ଝିଅକୁ ବିଭା ହେଲା, ଭଉଣୀ ମାନଙ୍କୁ ହସେଇ ଖେଳେଇ ବିଦା କଲା, ଆନ‌ନ୍ଦରେ ଯୁଗ ରାଇଜ କଲା, ମୁଁ ଗଲାକୁ କଥା ନ କ‌ହିଲା । ମୋ କଥାଟି ସରିଲା ଇତ୍ୟାଦି ।


ଗୋଟିଏ ଗଉଡ଼ଟିଏ ଯେ ତାର ଗୋଟିଏ ପୁଅ । ଗଉଡ ଟୋକାଟି ନିତି ଗାଈ ଜଗିବାକୁ ଯାଏ, କଣ ପାଖରେ ଗୋଟାଏ ମଣ୍ଡାଗଛ ଥାଏ ତ‌ହିଁରେ ଚଢ଼େ, ମଣ୍ତାପିଠା ଖାଏ, ବେଳବୁଡ଼ ହେଲା- କ୍ଷଣି ଗାଈ ଘେନି ଘରକୁ ଆସେ । ଦିନକର ବୁଢ଼ୀ ଅସୁରୁଣୀ ଆସିଲା କହିଲା ହଇରେ ପୁଅ କଣ ତୋଳୁଛୁ କି ? ଗଉଡଟୋକା ‌କ‌ହିଲା ମଣ୍ଡାପିଠା ଖାଉଚି । ଅସୁରୁଣୀ କ‌ହିଲା ଆରେ ପୁଅ ମତେ ଗୋଟିଏ ଦିଅନ୍ତୁ । ଗଉଡ଼ଟୋକା ମଣ୍ତାଟିଏ ପକାଇ ଦେଲା । ବୁଢ଼ୀ ଅସୁରୁଣୀ କହିଲା, ଆରେ ପୁଅ ମୋ ହାତକୁ ଗୋଟାଏ ଦେ । ଗଉଡ ଟୋକା ମଣ୍ଡାପିଠାଟିଏ ତା ହାତକୁ ବଢ଼େଇ ଦଉ ଦଉ ଅସୁରୁଣୀ