ପୃଷ୍ଠା:Kathalahari (RN Das, 1927) opt.pdf/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୮
ଉତ୍କଳ କାହାଣୀ ସଂଗ୍ରହ ।

ବାଦ୍ ଗଉଡଟୋକା ବିଭା ହେଲା, ସୁଖରେ ଘର ଦୁଆର କଲା, ମୁଁ ଗଲାରୁ କଥା ନ କହିଲା । ମୋ କଥାଟି ସରିଲା ଇତ୍ୟାଦି ।


ଗୋଟିଏ ରାଜାଟିଏ ତାର ଦୁଇ ଭାରିଯା । କହାର କିଛି ସନ୍ତାନ ହେଲା ନାହ । ରଜା ଭାରି ଚିନ୍ତା କରିଥାନ୍ତି, ଖୁବ୍ ଦାନ ଧ୍ୟାନ କରୁ ଥାନ୍ତି କେମନ୍ତ ଗୋଟିଏ ପୁଅ ହେବ । ଦିନକର ଜଣେ ସିଦ୍ଧ ପୁରୁଷ ଆସିଲେ, ସେ ପଚାରିଲେ ରଜାଙ୍କର ଏତେ ଦାନ ଧ୍ୟାନ କାହିଁକି ହେଉଚି ? ମନ୍ତ୍ରୀ କହିଲେ ରଜାଙ୍କର କିଛି ପୁଅ ଝିଅ ହେଉନାହିଁ ବୋଲି ଧର୍ମ କରୁଚନ୍ତି । ଏ ବିଧାତା ପୁରୁଷ ଛଦ୍ମବେଶରେ ଆସ ଥାନ୍ତି । ସେ ରାଜାଙ୍କୁ ଡକାଇଲେ, ତାଙ୍କୁ ଗୋଟିଏଡ଼ାଳିମ୍ବଟିଏ ଦେଇ କହିଲେ, ଏ ଫଳଟି ନିଅ ତମ ରାଣୀଙ୍କ ଭିତରୁ ଯେ ଆଗେ ଋତୁମତୀ ହେବ, ଋତୁସ୍ନାନଦିନ ତାକୁ ଖାଇବାକୁ ଦେବ ୟେ ସେ ଖାଇ ଗର୍ଭବତୀ ହେବ । କିଛି ଦିନ ଗଲା; ସାନ ରାଣୀର ଆଗେ ଋତୁ ହେଲା । ରଜା ତାକୁ ସେ ଡାଳିମ୍ବ ଫଳଟି ଦେଲେ, ସେ ଖାଇ ଗର୍ଭବତୀ ହେଲା । ବଡ ରାଣୀ ସାନ ରାଣୀକୁ ଜମା ଦେଖିପାରେ ନାହିଁ ତହିଁରେ ଫେର୍ ଏ ଗର୍ଭ ହେବାର ଦେଖି, ଏହାର ହିଂସା ଦିଗୁଶ ବଢ଼ିଲା । ଏ ଭାରୀ ଦୁଃଖିତରେ ଥାଏ କିପରି ସାନ ରାଣୀର ପିଲାକୁ