ପୃଷ୍ଠା:Kathalahari (RN Das, 1927) opt.pdf/୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୦
ଉତ୍କଳ କାହାଣୀ ସଂଗ୍ରହ ।

ନାହିଁ । ଏହିପରି ଗୋଟିଏ ଦୋଟି ରଖୁ ବଡରାଣୀ ସବୁ ପାରାଯାକ ରଖିଲା । ଏ ମାଗିଲାକୁ କହିଲା ତୋ ଜୀବନ କୋଉଠି ଅଛି ନ କହିଲେ ମୁଁ କେଭେଁ ପାରା ଦେବି ନାହିଁ । ତୋ ବୋଉ ଯଦି ନ କହୁଚି, ତେବେ ତୁ ରୁଷିଲେ ସେ କହିବ । ଏ ଗଲାସେଦିନ, ଖାଲି ତଳେ ଗଡିଲା ମା ସଙ୍ଗେ ଏକଯିଦ୍ କଲା କହ ମୋ ଜୀବନ କୋଉଠି ଅଛି ? ମା କହିଲା ଏ କଥା ତୋତେ କିଏ ଶିଖେଇଚି ? ଏ କହିଲା ମତେ କେହି ଶିଖେଇ ନାହିଁ, ମୁଁ ନିଜେ ଜାଣିବି ମତେ କହ । ଏହିପରି ଲଗାଇ ମାଠାରୁ ସବୁ ଜାଣିଲା ୟା ଜୀବନ କୋଉଠି ଅଛି ଆସି ବଡରାଣୀ ଆଗରେ ସବୁ କହିଦେଲା । ବଡରାଣୀ ଶୁଣିଲା ଯେଉଁଠୁ ସବୁ ପାରା ଛାଡିଦେଲା । ତହିଁ ଆର ଦିନ ବଡରାଣୀ କଣ କଲା ଧାଈ ହାତରେ ରଜାଙ୍କ ପାଖକୁ ଖବର ଦେଲା, କହିଲା ରଜାଙ୍କୁ କହିବୁ, ବଡରାଣୀଙ୍କ ଦେହ ଦୁଃଖ ହୋଇଚି, ଦାଣ୍ଡ ଗାଡିୟା ମାଛ ମରିବେ, ସେଥିରେ ଯେଉଁ ରାଘବମାଛ ଅଛି ତାକୁ ଖାଇଲେ ତାଙ୍କ ଦେହ ଭଲ ହେବ । ରଜା ତ ଆଉ ଏତେ କଥା ଜାଣନ୍ତି ନାହିଁ । କହିଲେ ହଉ ଜାଲ ପକାଅ । ବଡ ଜାଲ ଥରେ ବୁଲାଇ ଆଣି ଆଉ ଥରେ ବୁଲାଇ ଆଣିଲା ବେଳକୁ ସେହି ରାଘବମାଛ ପଡିଲା । ତାକୁ ବଡ ରାଣୀଙ୍କ ଉଆସକୁ ନେଇଗଲେ । ବଡରାଣୀ ନିଜେ ସେ ମାଛକୁ କେଳେଇ ବସିଲା । ତାକୁ ଦିଗର[୧] କରି କାଟି ଦେଲା, ପେଟକୁ ଚିରି ଦେଇ ହାର ଫରୁଆକୁ କାଢି ରଖିଲା, କହିଲା ନିଅ ୟାକୁ କାଟିକୁଟି ତରକାରି କର । ଏ ଫରୁଆରୁ ହାରଟିକି କାଢି ବେକରେ ପକାଇଲା ଯୋଉଠୁ ତେଣେ ଡାଳିମ୍ବକୁମରଟି ମରିଗଲା । ସାନରାଣୀ କାନ୍ଦି ଉଠିଲା, ଆଉ ସମସ୍ତେ ଯାଇ ଦେଖନ୍ତି ଯେ


  1. ଦୁଇଖଣ୍ଡ ।