ପୃଷ୍ଠା:Kathalahari (RN Das, 1927) opt.pdf/୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୨
ଉତ୍କଳ କାହାଣୀ ସଂଗ୍ରହ ।

ଅଛି, ସେଇଠି ପହୁଞ୍ଚିଲା ଦେଖିଲା ସେ ବନସ୍ତଭିତରେ ଗୋଟିଏ ଘର ଦିଶୁଚି, ଯାଇଁ ସେ ଫୁଲବଗିଚାରେ ରହିଲା । ଆପଣା ଦୁଃଖରେ କାନ୍ଦୁଥାଏ । ରାତି ହେଲାରୁ ରଜାପୁଅ ଜାଇ ଉଠିଲା ଗାଧୋଇ ଆସି ରାନ୍ଧିଲାବାଢ଼ିଲା, ଖାଇଲାପିଇଲା, ଫୁଲବାରିକି ଗଲାବେଳକୁ, ଏ ବସି କାନ୍ଦୁଛି । ଡାଳିମ୍ବକୁମର ୟାକୁ ସବୁ ପଚାରିଲା । ଏ କହିଲା ମୁଁ ସେ ଦେଶର ରଜାଝିଅ, ମୋ ପାଇଁ ବରଘର ଲାଗୁଥିଲା; ପଣ୍ଡିତମାନେ ଏପରି ୨ କହିବାରୁ ବାପା ମତେ ବାହାର କରି ଦେଇଛନ୍ତି । ଡାଳିମ୍ବକୁମାର କହିଲା, ତମରବର ମୁଁ, ବିଧାତା ଘଟଣା କରିଚି, ମୁଁ ଦିନରେ ମରେଁ, ରାତିକି ବଞ୍ଚେ । ଏହା କହିଲା, ରଜାଝିଅକୁ ଘର ଭିତରକୁ ନେଇଗଲା । ଦିହେଁ ଆନନ୍ଦରେ ରହିଲେ ଖାଇଲେ ପିଇଲେ, ବସିଲେ ଉଠିଲେ । ଦିନକର ରଜାଝିଅ ପଚାରିଲା ଡାଳିମ୍ବକୁମାରକୁ ତମେ କାହିଁକି ଏପରି ହୁଏ, ଦିନରେ ମର ରାତିରେ ଜୀଅ । ଏ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସବୁ କହିଗଲା । ରାଜାଝିଅ ଶୁଣି ମନ କଥା ମନେ ରଖିଥାଏ । କେତେଦିନ ଗଲା ଏହାର ଗର୍ଭ ହେଲା ଗୋଟିଏ ପୁଅ ଜନ୍ମ ହେଲା । ପୁଅକୁ ଦି ଚାରି ବର୍ଷ ହୋଇଗଲା, ଦିନକର ଏ କ'ଣ କଲା ପୁଅକୁ ବାପ ପାଖରେ ଛାଡ଼ିଦେଲା, ଗୋଟିଏ ଭଣ୍ଡାରୁଣୀ ବେଶ ଧରି ଟୋକେଇଟିଏ କାଖେଇଲା ପଚାରି ପଚାରିକା ଗଲା, ରଜାଘରକୁ । ଆଗେ ସାନରାଣୀ ପାଖକୁ ଗଲା, ତାଙ୍କୁ ଦଣ୍ଡବତ କଲା, ପଚାରିଲା ବଡ଼ରାଣୀ କୋଉଠି ଅଛନ୍ତି । ସାନରାଣୀର ପୁଅ ମଲାଦିନୁ ମନରେ ଜମା ସୁଖ ନାହିଁ, କହିଲା ସେ ଘରେ କୋଉଠି ଅଛନ୍ତି ଦେଖ ଏ ଖୋଜି୨କା ବଡ଼ରାଣୀଙ୍କ ପାଖକୁ ଗଲା ତାଙ୍କୁ କହିଲା କେତେଦିନ ହେଲା ନଖ ତୋଳା ହୋଇ ନାହିଁ ଆସ ତୋଳି ଦେଇ ବଡ଼ରାଣୀ ପଚାରିଲେ ତୁ କିଏ? ତୋର ଘର କୋଉଠି? ଏ କହିଲା ମୋ ଘର ଏ ଦେଶରେ ନୁହେଁ, ମୁଁ ତମ ଭଣ୍ଡାରୁଣୀର ମଉଳାଝିଅ