ପୃଷ୍ଠା:Kathalahari (RN Das, 1927) opt.pdf/୧୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୨
ଉତ୍କଳ କାହାଣୀ ସଂଗ୍ରହ ।
ସାଧବବୋହୁ ଲୀଳାବତୀର କଥା ।

ଗୋଟିଏ ସାଧବଟିଏ, ତାହାର ସାତପୁଅ, ସାତବୋହୁ, ସବା ସନ ବୋହୁଟିର ନାମ ଲୀଳାବତୀ । ଦିନକର ଗୋଟିଏ ଯୋଗୀ ଭିକ ମାରି ଆସିଥିଲା, ତାର କମନ୍ତି ଲୀଳାବତୀ ଉପରେ ନଜର ପଡିଲା । ସେ ସାଧବଦୁଆରେ ଭିକପାଇଁ ଡାକୁଥାଏ, ଯେ ଯେତେ ଭିକ ଯାଚିଲେ କାହାରି ହାତରୁ ନେଲା ନାହିଁ; କହିଲା ଯଦି ତମ ଘରର ସାନ ବୋହୁ ଭିକ ଦବ ତ ନେବି, ନଇଲେ ବେକରେ ଛୁରମାରି ମରିବି । ଭିକାରୀକୁ ଫେରାଇ ଦେବାର ନୁହେଁ, ସମସ୍ତେ କହିଲେ ସାନବୋହୁ ଖିଡିକି ବାଟରେ ହାତ ଗଳାଇ ଭିକ ଦେଉ । ଏ ଯୋରୀ ପଦ ମନ୍ତ୍ର ଜାଣେ, ଭିକ ନେଲା ବେଳେ ଲୀଳାବତୀକି କଣ ପଦ କରିଦେଲା ଯେ, ଲୀଳାବତୀ ଯୋଗୀ ସାଙ୍ଗରେ କୁକୁର ହୋଇ ଗୋଡାଇଲା । ଘରେ ପହଞ୍ଚି ଯୋଗୀ ଲୀଳାବତୀକୁ ମଣିଷ କରି ତାକୁ ଘରେ ରଖିଲା, ଏଣେ ଲୀଳାବତୀର ବର ଆଉ ଦେଢଶୁରମାନେ ତାକୁ ଫେରାଇ ଆଣିବାକୁ କେତେ ଉପାୟ କଲେ । ପହିଲେ ବଡ଼ଦେଢ଼ଶୁର ଯୋଗୀ ପାଖକୁ ଗଲା । ଯୋଗୀ ପଦୁଆ ବୋଲି ଯୋଗୀ ଘରକୁ ଗଲା ନାହିଁ, ସେ ଗାଁରେ ଗୋଟେ ମାଲୁଣି ଘରେ ରହିଲା । ସେ ଗାଁରେ ଯେତେ ଲୋକ, ସମସ୍ତଙ୍କୁ ଯୋଗୀ ମନ୍ତ୍ର ଜୋରରେ କାହାକୁ ପଶୁ, କାହାକୁ ପକ୍ଷୀ କରିନେଇଥାଏ, ଖାଲି ସେ ମାଲୁଣିକି ଲୀଳାବତୀପାଇଁ ଫୁଲ ଗୁନ୍ଥି ଦେବ ବୋଲି ରଖିଥାଏ । ସାଧବ ପୁଅ ମାଲୁଣୀଘରେ ଅଛି, ଯୋଗୀ ଫୁଲ ନେବାକୁ ଆସିଲା, ମନ୍ତ୍ର ବଳରେ ଜାଣିଲା ଯେ ସାଧବପୁଅ ସେଠିକି ଆସିଚି । ତାକୁ ମାଲୁଣିଘରୁ ବାହାର କରିନେଇ