ପୃଷ୍ଠା:Kathalahari (RN Das, 1927) opt.pdf/୧୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୯
ଚମାରୁଣୀ ଝିଅ କଥା

ହୋଇ ଓରା ଉପରେ ଏସବୁ ଶୁଣୁଥାଏ, ଅସୁରୁଣୀ ଫେର୍ରୁ ଚରିବାକୁ ଗଲା, ରଜାପୁଅ ନିଜରୂପ ହୋଇ ଆପଣା ଦେଶକୁ ଗଲା । ମୁଲିଆ ଡକାଇ ବେଣ୍ଟପୋଖରୀର ପାଣି ଦୁହାଇଲା, ପଙ୍କ କଢ଼ାଇଲା, ଫଡୁଆଟିକି ବାହାର କରି ତହିଁ ଭିତରୁ ଭାଁରଟିକି କାଢି ବେକ ମୋଡି ଦେଲା । ଏଣେ ଅସୁରୁଣୀ ଘୋର ଗର୍ଜ୍ଜନ କରି ମରିଗଲା । ରଜାପୁଅ ବନସ୍ତକୁ ଯାଇ ରଜାଝିଅକୁ ଘୋଡାରେ ବସାଇ ଆପଣା ଦେଶକୁ ଘେନି ଆସିଲାଲ । ଗାଁ ଖଣ୍ଡଦୂର ଅଛି ରଜାଝିଅକୁ ଗୋଟିଏ ତରାଟ ଗଛମୂଳେ ବସାଇ କହିଲା ତମେ ଏଇଠି ବସିଥାଅ, ମୁଁ ଗାଁଠାରୁ ସଇନ ସାମନ୍ତ ପାଲିଙ୍କି ସୁଆରି ପଲଟଣ ଆଣି ତମକୁ ଏଇଠୁ ବିଭାହୋଇ ଘରକୁ ନେଇଯିବି । ଏହାକହି ରଜାପୁଅ ଘରକୁ ଗଲା । । ରଜାଝିଅ ଯେଉଁ ତରାଟ ଗଛମୂଳେ ବସିଥିଲା,ତାହା ଆଗରେ ଗୋଟିଏ କୁଅ; ସେ ନିକଟରେ ଗୋଟିଏ ଚମାର ଘର । ଚ୍ଚମାର ଝିଅକୁ ମା କୁଅରୁ ପାଣି ଆଣିବାକୁ ପଠାଇଲା । ସେ କୂଅରେ ମାଠିଆ ପକାଇ ଭାଙ୍ଗିଦିଏ ଘରକୁ ଫେରିଯାଏ, ଏହିପରି ଶଏ ଇ ଦୁଇଶ ମାଠିଆ ଭାଙ୍ଗିଲା । ଶେଷରେ ମା ଖପା ହୋଇ ଗୋଟିଏ ଚମର ମାଠିଆ ଦେଲା । ଚମାରଝିଅ ଚମ ମାଠିଆ କୁଅ ସେଇଠି ବସି କାନ୍ଦିଲା । ଏହାଦେଖି ରଜାଝିଅକୁ ହସ ମାଡିଲା । ଚମାରଝିଅକୁ କହିଲା ମାଟିର ମାଠିଆ ଭଙ୍ଗୁ ବୋଲି କି ଚମର ମାଠିଆ ଭାଙ୍ଗିବୁ ? ଚମାରଝିଅ ରଜାଝିଅ ପାଖକୁ ଆସି ତାକୁ ତାହାର ପରିଚୟ ପଚାରିଲ । ରଜାଝିଅ ସବୁକଥା କହିଗଲା । ଏହିପରି କଥାବର୍ତ୍ତା ହେଇ ହେଉ ଚମାରଝିଅ ରଜାଝିଅକୁ କହିଲା, ମତେ ଟିକିଏ ତମ ଝୁଣ୍ଟିଆ ଦିଅନ୍ତ, ଲଗାନ୍ତି କେମନ୍ତି ଦୁଶନ୍ତି । ଝୁଣ୍ଟିଆ ନେଇ ଲଗାଉ ଲଗାଉ ରଜାଝିଅଠାରୁ ସବୁ ଅଳଙ୍କାର ନେଇ ଲଗାଇଲା ।ରଜlଝିଅ ଓଲୁ, କିଛି ବୁଝିପାରିଲା ନହିଁ, ଶେଷରେ ରଜାଝିଅକୁ କହିଲା ତେମେ ମୋର ପିତ୍ତଳଖଡୁ, କଂସାମୁଦି ପିନ୍ଧନ୍ତ କିପରି ଦୁଶନ୍ତ ଦେଖନ୍ତି ।