ପୃଷ୍ଠା:Kathalahari (RN Das, 1927) opt.pdf/୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୮
ଉତ୍କଳ କାହାଣୀ ସଂଗ୍ରହ ।

ବିଲାଇଟାଏ ମରି ପଡ଼ିଚି ହାଣ୍ଡିରେ କିଛି ତୂଣ ନାହିଁ । ବୁଢ଼ା ସବୁ କଥା ବୁଝି ପାରିଲା, ବୁଢ଼ୀକି ଗୁଡାଏ ଗାଳି ଦେଲା । ବୁଢ଼ୀ ଛାଡ଼ିବାର ଲୋକ ନୁହେଁ, ରାଣ ନିୟମ ପକାଇ ବିଲେଇର ସବୁ ଦୋଷ ବୋଲି ପ୍ରମାଣ କରିଦେଲା । ବୁଢ଼ା ଆଉ କଣ କରିବ ତୁନି ହୋଇ ରହିଲା, ଏଣେ କଲୁରିବେଣ୍ଟ କାଉକୁ ଅନାଇ ୨ ଅଭିମାନରେ ତିନିଫାଳ ହୋଇଗଲା । ମୋ କଥାଟି ସରିଲା; ଫୁଲ ଗଛଟି ଇତ୍ୟାଦି ।


ଗୋଟିଏ ରଜାଟିଏ ଯେ ତାର ଦୁଇ ଭାରିଯା, ସାନ ରାଣୀର ଗୋଟିଏ ଝିଅ, ବଡ଼ରାଣୀର ଗୋଟିଏ ଝିଅ । ରଜା ସାନରାଣୀକି ବଡ଼ ଦେଖି ପାରନ୍ତି, ବଡ଼ରାଣୀକି ଜମା ଦେଖି ପାରନ୍ତି ନାହିଁ । ବଡ଼ରାଣୀକି ଗୋଟିଏ ଅଲଗା ଘର ତୋଳି ଦେଇଥାନ୍ତି, ତାକୁ ରୋଜ୍ ହାତଟେକିୟା କରି ପଡ଼ି ଦେଉଥାନ୍ତି । ତା ଝିଅକୁ ଧାନଖେତ ଜଗିବାକୁ ପଠାନ୍ତି, ବାୟା [୧] ଖାଇଯିବେ ବୋଲି । ଝିଅ ନିତି ଯାଏ କହେ ହୋରେ ବାୟା ହୋ । ଆର ଦେଶର ରଜା ପୁଅ ଶାପରେ [୨] ଅଜଗର ସାପ ହୋଇ ସେହି ବନସ୍ତରେ ଥାଏ । ରଜାଝିଅ ଯେତେବେଳେ 'ହୋରେ ବାୟା ହୋ' କହି ବାୟା ହୁରୁଡ଼ାଏ, ରଜାପୁଅ ତେତେବେଳେ ଅଜଗର ସାପ ଭିତରେ ଥାଇ କହେ, 'ମାକୁ କହ ଯା ମୁଁ ତମକୁ ବିଭା ହୋ' । ରଜାଝିଅ ସବୁଦିନ ।


  1. ଏକପ୍ରକାର ଶସ୍ୟହାରୀ ପକ୍ଷୀ
  2. ଅଭିଶାପ ଦ୍ୱାରା