ପୃଷ୍ଠା:Kathalahari (RN Das, 1927) opt.pdf/୧୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୭
ଚମାରୁଣୀ ଝିଅ କଥା ।



ମନରୁ ଛାଡିବ ନାହିଁ । ଚାରି ସଙ୍ଗାତ ପ୍ରତିଦିନ ସେ ବନସ୍ତକୁ ଯାନ୍ତି, ମଣ୍ଡାଗଛରେ ଚଢି ପିଠା ଖାନ୍ତି । ଦିନେ ଗଛରେ ଚଢ଼ି ପିଠା ଖାଉଚନ୍ତି, ଏହି ସମୟରେ ବୁଢୀ ଅସୁରୁଣୀ ସେ ବାଟରେ ଯାଉଥିଲା, ମଣ୍ଡାଗଛ ମୂଳରେ ପହଞ୍ଚି କହିଲା, ହଇଲୋ ଝିଅ କଣ ଖାଉଚ,ମତେ ଗୋଟିଏ ଦିଅନ୍ତ । ମନ୍ତ୍ରୀଝିଅ ଗଛ ଅଗରେ ଥିଲା, ତା ତଳକୁ କଟୁଆଳ ଝିଅ, ତା ତଳକୁ ସାଧବଝିଅ, ମୂଳ ପାଖକୁ ରଜାଝିଅ ବସିଥିଲା,ମନ୍ତ୍ରୀଝିଅ ପିଠାଟିଏ ତୋଳି କଟୁଆଳଝିଅ ହାତକୁ, କଟୁଆଳଝିଅ ସାଧବଝିଅ ହାତକୁ, ସାଧବଝିଅ ରଜାଝିଅ ହାତକୁ ବଢାଇଦେଲା । ରଜାଝିଅ ବୁଢୀ ଅସୁରୁଣୀ ହାତକୁ ଦଉଚି, ଅସୁରୁଣୀ ତାକୁ ଧରିନେଇ କାନ୍ଧରେ ବସାଇ ଚାଲିଲା । ତିନି ସଙ୍ଗାତଯାକ କାନ୍ଦି ବୋବେଇ ଘରକୁ ଗଲେ, ସବୁକଥା ରଜା ଆଗରେ କହିଲେ । ରଜାଙ୍କର ବହୁତ ଖୋଜା ଅଲାଗିଲା, ଝିଅକୁ କୋଉଠି ପାଇଲେ ନାହିଁ । ଏଣେ ଅସୁରୁଣି ତାକୁ ନେଇ ନିଜ ଘରେ ପହଞ୍ଚିଲା । ଅଗନାଗନି ବନସ୍ତ ଭିତରେ ମେଘନାଦ ପାଚେରୀ ବୁଲିଚି, ତାହା ଭିତରେ ଅସୁରୁଣୀର ଘର । ଅସୁର ଅସୁରୁଣୀ ମଣିଷ ଖାନ୍ତି । ଏ ବୁଢୀ ଅସୁରୁଣୀ ରଜାଝିଅକୁ ଖାଇଲା ନାହିଁ, ଘରେ ରଖି ଆପଣାର ଝିଅପରି କରିଥାଏ, ତାକୁ ସବୁ ଭଲ ୨ ଜିନିସ ଆଣି ଖାଇବାକୁ ଦିଏ । ରଜାଝିଅ ମନ ସେଥିରେ ନ ଥାଏ, ସବୁବେଳେ ଖାଲି କାନ୍ଦୁଥାଏ । କିଛିଦିନ ଗଲା, ବୁଢୀ ଅସୁରୁଣୀ ରଜାଝିଅକୁ ସବୁ ଘର ଦେଖାଇଲା, ଆଉ ଯେଉଁ ଘରେ ମଣିଷ ଖାଇ ହାଡ ପକାଇଥାଏ,ସେ ଘର ଦେଖାଇଲା ନାହଁ । ପ୍ରତିଦିନ ଅସୁରୁଣୀ ଚରିବାକୁ ଯାଏ, ସେ ନ ଥିଲା ସମୟରେ ରଜାଝିଅ ସେ ସବୁ ଘର ଦେଖେ, ଭୟରେ କାନ୍ଦେ । ରଜାଝିଅ ଦିନେ ଅସୁରୁଣୀଘରୁ ଖଣ୍ଡିଏ ପୋଥି ପାଇଲା, ତହିଁରେ ରୂପ ପରିବର୍ତ୍ତନ ବିଦ୍ୟା ଥିଲା । ରଜାଝିଅ ତାକୁ ସବୁ ଶିଖିଲା । ଏହିପରିକେତେଦିନ ଅସୁରୁଣୀ ଘରେ ରହିଲା, ବେଶ୍ ବଡଟିଏ ହେଲା । କିନ୍ତୁ ମନ କାହିଁରେ ଲାଗୁ ନ ଥାଏ, ଅସୁରୁଣୀ