ପୃଷ୍ଠା:Kathalahari (RN Das, 1927) opt.pdf/୧୦୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୦
ଉତ୍କଳ କାହାଣୀ ସଂଗ୍ରହ ।

କାଢିଲା, କଳାରାଜନକୁ ଡାକିବାକୁ ଗଲା, ଦେଖେ ଯେ କଳାରାଜନ ମୁହଁ ଶୁଖେଇ ଦେଇ ବସିଚି । ପାରାରଜାଝିଅ କହିଲା, ତମେ ସବୁରି ପାଳିଦିନ ହସ ହସ ହୁଅ, ମୋ ପାଳିରେ କାହିଁକି ମୁହଁ ଶୁଖେଇ ଦେଇ ବସିଥାଅ ? ଏ କହିଲା ହସିବି କଣ, ଜଣକ ଲାଗି ତ ଚାରି ଜଣ ବିଧବା ହେବେ । ପାରାରଜାଝିଅ କହିଲା, ଏହା କାହିଁକି କହିଲ ? କଳାରାଜନ କହିଲା ଦେଖ ଆମ ଆର ମାଙ୍କର ହୁକୁମ ହୋଇଛି, ବେଣ୍ଟ ପୋଖରୀ ଉପରେ ସୋରିଷ ଢୋଲିଏ ବିଞ୍ଚି ଦେଇ ଆସିବେ, ଆଜି ତାକୁ କୋଉଠି ମୁଁ ରାତି ରାତି ତୋଳିକରି କାଲି ସକାଳକୁ ଥୋଇଥିବି, ନଇଲେ ମୋ ମୁଣ୍ଡ କାଟ ହେବ । ପାରାରଜାଝିଅ କହିଲା ଓ ହୋ ! ଏଇ ଛାର କଥ। ପାଇଁ ସେମିନ୍ତି କାହିଁକି ହେଉଚ ? ସେ କଥା କୁଝାଯାଏ ସିନା, ତେମେ ଆସ ଖାଇବାକୁ ଯିବ । କଳାରାଜନ ଖାଇବାକୁ ଗଲା, ସମସ୍ତେ ଖାଇ ପିଇ ସାରିଲେ, ପାରାରଜାଝିଅ ଛୋଟୀ ପାରାକୁ ଡାକି କହିଲା ତୁ ଐଛିକା ଯା,ବାପାଙ୍କୁ କହିବୁ ତମ ଜୋଇଁଙ୍କୁ ବିପତ୍ତି ପଡ଼ିଚି ତମର ଯେତେକ ପାରା ଅଛନ୍ତି ସମସ୍ତଙ୍କୁ ପଠାଇଦିଅ । ଛୋଟୀପାରା ଗଲା ପାରାରଜାକୁ କହିଲା । ସେ ତାଙ୍କ ରାଜ୍ୟରେ ଯେତେ ପାରା ଥିଲେ ସବୁ ପଠାଇ ଦେଲେ । ପାରାରଜାଝିଅ କହିଲା ଯାଅ ବେଣ୍ଟ ପୋଖରୀଉପରେ ସୋରିଷ ବୁଣା ହୋଇଚି ତାକୁ ଏହି ରାତି ମଧ୍ୟରେ ଖୁଣ୍ଟି କରି ଡୋଲିକିୟାରେ ପୁରାଇ ରଖି ଦେଇ ଯିବ । ପାରାଯାକ ରାତି ନ ପାହୁଣୁ ସେହିପରି କରିଦେଇ ପାରାରଜାଝିଅଠାରୁ ବିଦା ହୋଇ ଗଲେ । ସକାଳୁ ଅସୁରୁଣୀ ଉଠିଲାକ୍ଷଣି କଳାରାଜନ ସୋରିଷ ଡୋଲିକିୟା ଜିମା କରିଦେଲା । ଅସୁରୁଣୀ ମନେ ମନେ ବିଚାରିଲା ଏଥିରେ ତ ୟାକୁ ମାରିପାରିଲି ନାହିଁ, କଣ କରିବି ? ଆଉ ଏକ ବୁଦ୍ଧି ପାଞ୍ଚିଲା, କହିଲା ମୋର ବାଘଦୁଧ ଦରକାର, କାଲି ସକାଳକୁ ଏଠାରେ ଯେମନ୍ତ ଭାବେ ବାଘଦୁଧ ଆଣି ଥୋଇ ଥିବୁ ତ ଆଛା, ନଇଲେ ତୋର ମୁଣ୍ଡ