ପୃଷ୍ଠା:Kathalahari (RN Das, 1927) opt.pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୫
ନେଉଳଭାଇ କଥା ।

କିଛି ନେବି ନାହିଁ, ମତେ ଏ ବୁଢ଼ୀ ମେଣ୍ଢାଟି ଦିଅ । ରାଣ୍ତୀ ବ୍ରାହ୍ମଣୀ କହିଲା ହଉ ନେ । ନେଉଳଭାଇ ସେ ବୁଢ଼ୀ ମେଣ୍ଢା ଉପରେ ବସିଲା, ଗଲା । ଏ ଛ ଭାଇ ଯାଉଥାନ୍ତି ଘୋଡ଼ାରେ ଚଢ଼ି, ନେଉଳ ଯାଉଥାଏ ମେଣ୍ଢାରେ ଚଢ଼ି । ଏ ଛ ଭାଇ କହିଲେ କି ରେ ନେଉଳ ଭାଇ ! ଆସିଲୁ କି ? କଣ ଆଣିଚୁ ? ନେଉଳ କ‌ହିଲା ମୁଁ ଏହି ବୁଢ଼ୀ ମେଣ୍ଢାଟି ନେଉଁଚି, ତମେ ସବୁ କଣ ଆଣିଲ ? ଏମାନେ କହିଲେ ଆମେ କିଛି ଆଣିନାହୁଁ । ଏ ଛ ଭାଇ ଘରେ ଆଗରେ ପହଞ୍ଚିଲେ, ନେଉଳର ମା କ‌ହିଲା ମୋ ନେଉଳକୁ ଦେଖିଚ ? ଏ ସବୁ ବାଦରେ କହିଲେ, ନାହିଁ ଆମେ ଦେଖି ନାହୁଁ । ଏ ସବୁ ଘରେ ଖାଇପିଇ ଶୋଇଛନ୍ତି, ନେଉଳ ଆସି ପ‌ହଞ୍ଚିଲା, ଡ଼ାକିଲା ମାଲୋ । କବାଟ ଫିଟା । ମା ଧଡ଼ପଡ଼କରି କବାଟ ଫିଟାଇ ଦେଲା, ଏ ବୁଢ଼ୀ ମେଣ୍ଢାଟି ନେଇ ଘରେ ପଶିଲା, ମାକୁ କ‌ହିଲା କୁଲାଟାଏ ଆଣିବୁଟି । ଏ କୁଲାଟାଏ ଆଣିଲା । ନେଉଳଭାଇ କଣକଲା ମେଣ୍ଢା ଗାଣ୍ଡିରୁ ଶୋଲ ଖଣ୍ଡ ଫିଟାଇ ଦେଲା; ମେଣ୍ଢା ସବୁ ଟଙ୍କାତକ ଗାଳି ପକାଇଲା । ନେଉଳ ଭାଇ ଗୋଟିଏ ଟଙ୍କା ସେ ମେଣ୍ଢାକୁ ଫେର୍ ଗିଳାଇ ଦେଲା, ଆଉ ଟଙ୍କା ସବୁ ମାକୁ ଦେଲା, କହିଲା ମାଲୋ ମା, ନେ, ୟାକୁ ଗାଡ଼ିଆରେ ଧୋଇଆଣି ରଖି ଦେ । ଏ ଧୋଇଧାଇ ରଖି ଦେଲା, ସକାଳୁ ସେ ଛଭାଇଯାକ କ‌ହିଲେ, ହଇରେ ନେଉଳଭାଇ ! ତୁ ଏତେଟଙ୍କା କେଉଠୁଁ ଆଣିଲୁ ? ନେଉଳ କ‌ହିଲା ମୋ ବୁଢ଼ୀ ମେଣ୍ଢା ହଗିଲା । ଏ କ‌ହିଲେ ହେ, ଆମକୁ ସେ ମେଣ୍ଢାଟିକି ଦିଅନ୍ତୁ ଟଙ୍କା ନିଅନ୍ତୁ, ନେଉଳଭାଇ କହିଲା, ହଉ ନିଅ, ମତେ ଟଙ୍କା ଦିଅ, ନେଉଳଭାଇ ଟଙ୍କା ଆଣିଲା, ତାଙ୍କୁ ମେଣ୍ଢାଟିକି ଦେଲା । ଏ ନେଇ ସେ ମେଣ୍ଢାକୁ ବାଡ଼େଇଲେ, ବାଡ଼େଇ ୨ ମେଣ୍ଢା ଗୋଟିଏ ଟଙ୍କା ହଗିଲା, ଆଉ ହଗିଲା ନାହିଁ, ମରିଗଲା । ଏ ଛଭାଇ କ‌ହିଲେ ରହ ରହ ନେଉଳ