ପୃଷ୍ଠା:Kathalahari (RN Das, 1927) opt.pdf/୧୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୭
କଳାରାଜନ କଥା ।

କହିଲା ଅପାଘର ବାର୍‌ହାରଜା ଦେଶରେ, ଏଠିକି ପାଏ ବାଟ ହେବ । ତହିଁ ଆରଦିନ କଳାରାଜନ ଘୋଡାରେ ଚଢି ବାର୍‌ହାରଜାଦେଶକୁ ଗଲା । ସେଠାରେ ସେହିପରି ବାର୍‌ହାରଜାଝିଅକୁ ବର ମିଳୁ ନ ଥାଏ ବୋଲି ସେ ସେହିପରି କଳା, ଧଳା, ହଳଦିଆ ତିନିଗାର କାଟି ବସିଚି; କଳାରାଜନ ଗାର ଡିଆଁଇ ଚାଲିଗଲା । ତାକୁ ସେଠାରେ ସେହିପରି ଅଟକାଇଲେ, ବାର୍‌ହାରଜାଝିଅସଂଗେ ବିଭା କରି ଦେଲେ । ଚତୁର୍ଥୀ ଦିନ ଏ ସେହିପରି କହିଲା, ସୁନାକାଣ୍ଡ ଏଠି ପଡ଼ିନାହିଁ, ଅପାରାଇଜ ଯମରଜାଦେଶରେ ପଡିଥିବ । କଳାରାଜନ୍କ ତହିଁ ଆର ଦିନ ଯମରଜା ଦେଶକୁ ଗଲା, ଯମରଜା ଝିଅକୁ ସେହିପରି ବିଭା ହେଲା; ଯମରଜା ଝିଅ କାକଚରିତ ପଢା, ତାକୁ ତିନିପୁରର କଥା ଅଜଣା । ଏ ଯୋଉଠୁ ପଚାରିଲା ସୁନାକାଣ୍ଡ ପଟେ ଏ ଦେଶରେ ପଡିଚି କି ? ସେ କହିଲା ଆମ ରାଇଜରେ ପଡିନାହିଁ,ବୁଢୀଅସୁରୁଣି ରାଐଜରେ ପଡିଚି, ତା ସାନଝିଅ ପାଇକରି ରଖିଚି । ତେମେ ଯେମନ୍ତ ଆଣିବାକୁ ଯିବ, ଏଇୟା କରିବ, ଅସୁରୁଣୀ ଛ ଝିଅ ଆଉ ବୁଢୀ ଅସୁରୁଣି ଖରା ପୁଆଁଉଥିବେ, ତେମେ ଯିବ ମେଘନାଦ ପାଚେରୀକି ଡେଇଁ ପଡିବ, ସବା ସାନ ଝିଅକୁ ବିଧାଏ ପକାଇବ; କହିବ ତୋର କଣ ମନେ ନାହିଁକି, ତୁ ହୋଇଥିଲୁ ଛ ମାସର, ମୁଁ ହୋଇଥିଲେ ବରଷକର, ତୋର ମୋର ବିଭାଘର ହୋଇଥିଲା, ତୁ ଏବେ ମତେ ଚିହ୍ନି ପାରୁନାହୁଁ ? ଏହା କହିବ, ତାକୁ କାନି ଧରି ଘରକୁ ଝିଙ୍କି ନେଇଯିବ । ଏପରି କଲାକ୍ଷଣି ଆଉ ସମସ୍ତେ ବାହାରିଯିବେ, ଦେଢଶାଶୁ ଶାଶୁ ମାନନା କରି, ତମକୁ ସେ ଘରକୁ ଡାକି ନେଇଯିବ, କଥାବାର୍ତ୍ତା ହେବ, ତେମେ ତାକୁ କଥାରେ୨ ସବୁ ପଚାରି ନେବ । କଳାରାଜନ ସବୁ ଶୁଣିଲା, ତହିଁ ଆରଦିନ ଘୋଡାରେ ବସି ଅସୁରୁଣୀ ରାଇଜକୁ ଗଲା, ଯମରଜାଝିଅ ଯେମନ୍ତି କହିଥିଲା ସବୁ ସେମନ୍ତି କଲା । ବୁଢୀଅସୁରୁଣୀ ଆଉ ତାର ବଡ଼ଝିଅମାନେ କୁଆଡ଼େ ଚାଲିଗଲେ କୋଉଁ

ଉତ୍କଳକାହାଣୀ ।