ଫୁଲ ନିଅନ୍ତି ଖେଳନ୍ତି । ଦିନକର ରଜାଙ୍କର ମାଳୀ, ଫୁଲ ଖୋଜି ୨ ଆଉ କୋଉଠି ଫୁଲ ପାଇଲା ନାହିଁ, ଦେଖିଲା ଗାଈଜଗା ପିଲାଏ ଫୁଲ ନେଇ ଖେଳୁଚନ୍ତି । ମାଳୀ କହିଲା ଆରେ ପିଲାଏ ତେମେ କୋଉଠ ଏ ଫୁଲ ଆଣିଲ, ମୁଁ ଏତେ ରାଇଜ ଖୋଜୁଚି ପାଉନାହିଁ । ସେମାନେ କହିଲେ ହେଇଟି ସେ ବନସ୍ତରେ କେତେ ଫଲ ଫଟିଚି ପାଉନାହୁଁ ? ମାଳୀ ଫୁଲ ଆଣିବାକୁ ଗଲା । ଆଗ ହୋଇ ପଥର ଉପରେ ଠିଆ ହେଲାକ୍ଷଣି, ପାନସୋରୀ କହିଲା, ଧୀର ହୋଇ ଠିଆହୁଅ ହେ ମାଳୀ, ମୋ ପିଠିକ କାଟିବଟି, ମୁଁ ଯେଉଁ ସାଆନ୍ତ ହାତ ଧରିଥିଲି ସେ ଅତି ସୁକୁମାର ଟି’ ମାଳୀ ଏଣିକି ତେଣିକି ଅନାଇଲା ଦେଖିଲା କେହି ନାହିଁ । ପୋଖରୀରେ ପଶି ଗୋଡ଼ ଧୋଇଲା ବେଳକୁ ଫେର ପାନସୋରୀ କହିଲା, 'ଧୀରେ ୨ ଗୋଡ଼ ଧୂଅ ହେ ମାଳୀ ମୋ ପେଟକୁ କାଟିକାଟି, ମୁଁ ଯେଉଁ ସାଆନ୍ତ ହାତ ଧରିଥିଲି ସେ ଅତି ସୁକୁମାର ଟି । କଦଳୀଗଛ ପତର ଚିରିଲା ବେଳକୁ ସେହିପରି କହିଲା, 'ଆରେ ମାଳୀଭାଇ ଧରେ ଚିରିବୁଟି; ମୋ ଗୋଡ଼କୁ କାଟିବଟି, ଯେଉଁ ସାଆନ୍ତର ହାତ ଧରିଥିଲି ସେ ଅତି ସୁକୁମାର ଟି । ମାଳୀ ସେଠାରୁ ଗଲା, ଫୁଲ ତୋଳିଲା ବେଳକୁ କହିଲା, 'ଆରେ ମାଳୀଭାଇ ଧୀରେ ତୋଳିବୁଟି ମୋ ହାତକୁ କାଟିବ ଟି', ମୁଁ ଯେଉଁ ସାଆନ୍ତ ହାତ ଧରିଥିଲି ସେ ଅତି ସୁକୁମାର ଟି । ମଣ୍ଡପ ଉପରେ ଚଢ଼ିଲାବେଳକୁ କହିଲା, 'ଆରେ ମାଳୀଭାଇ ଧୀରେ ଚଢ଼ିବୁଟି, ମୋମୁଣ୍ଡକୁ କାଟିବଟି ଯେଉଁ ସାଆନ୍ତର ହାତ ଧରିଥିଲି ସେ ଅତି ସୁକୁମାର ଟି । ସେମନ୍ତି, ଶୁଆସାରୀଙ୍କି ଧରିଲା ବେଳକୁ ଶୁଆସାରୀ କହିଲେ ‘ଧୀରେ ଧରିବଟି, ଆହେ ମାଳୀଭାଇ ମୋ ଆକ୍ଷିକି କାଟିବ ଟି, ଯେଉଁ ସାଆନ୍ତର ହାତ ଧରିଥିଲି ସେ ଅତି ସୁକୁମାର ଟି । ମାଳୀ ଗଲା ରଜାଙ୍କ ଆଗରେ କହିଲା ମଣିମା, ଗୋଟିଏ କଥା କହିବାକୁ ଭାରୀ ଭୟ ଲାଗୁଚି । ରଜା କହିଲେ କଣ କହ, ଭୟ କାହିଁକି କରୁଚୁ । ମାଳା