ପୃଷ୍ଠା:Kathalahari (RN Das, 1927) opt.pdf/୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୪
ଉତ୍କଳ କାହାଣୀ ସଂଗ୍ରହ ।

ଏହି ମଞ୍ଚର ଲୋକ, ଆମର ଗୋଟିଏ ଝିଅ ମରି ଗଛ ହେଇଚି, ଆମେ ତାରିପାଇଁ କାନ୍ଦୁଚୁଁ । ଇଶ୍ୱରକହିଲେ ହଉ, ତେଣିକି ମୁହଁବୁଲା ଏମାନେ ସେ ଆଡ଼କୁ ମୁହଁ କରି ବସିଲେ । ଇଶ୍ୱର କଣକଲେ, ଫୁଲ ପାଣି କରି ତୁନିମୁଠା ଛିଞ୍ଚିଦେଲେ ଯେ କଞ୍ଚବତୀ ଜୀଇ ଉଠିଲା । ଶଶୁର ବୋହୂକୁ ଘରକୁ ନେଇଗଲା । ଭାଇ,ଭାଉଜ, ମା, ବାପ ଘରକୁ ଆସିଲେ, ଗୋଟାଏ ଖଣି ଖୋଳିଲେ, ସାନ ପୁଅ, ସାନ ବୋହୂକୁ ସେଥିରେ ପେଲିଦେଲେ; ତଳକଣ୍ଟା ଉପରକଣ୍ଟା ଛାଟିଦେଲେ । ନିଶ୍ଚିନ୍ତରେ ଘରଦୁଆର କଲେ । ମୁଁ ଗଲାକୁ କଥା ନ କହିଲେ । ମୋ କଥାଟି ସରିଲା ଇତ୍ୟାଦି ।


ଗୋଟିଏ ରାଜାଟିଏ, ତାର ସାତ ଭାରିଯା । ରାଜା ଦିନକର ପାରିଧିକି ଯାଉଥିଲେ, ପାତ୍ରମନ୍ତ୍ରୀ ସମସ୍ତିଙ୍କି ସାଙ୍ଗରେ ନେଇ ଯାଇଥିଲେ । ଅସୁରୁଣୀ ସାତ ଭଉଣୀ ଯେ, ସାତ ଭଉଣୀଯାକ କଳିକଜିୟା କରି ସବା ସାନ ଭଉଣୀକି ତଡ଼ି ଦେଇଥିଲେ ଯେ ସେ ଆସି ଗୋଟାଏ ଗଛରେ ଗଢ଼ି କନ୍ଦୁଥିଲା ବନସ୍ତରେ, ରାଜାଙ୍କ ଉପରେ ଲୁହ ପଡ଼ିଲା । ରାଜା କହିଲେ ଚାଖୁଆଣିଆକୁ ଚାଖିବୁତି, ଆମ ସରିସା କି ତମ ସରିସା ? ଚାଖୁଣିଆ ଚାଖିଲା, କହିଲା ଆପଣଙ୍କ ସରିସା ହେବ । ରାଜା କହିଲେ, ମନ୍ତ୍ରୀଙ୍କି ଯାଆ, ହାତ ଧରିକରି ଆଣ । ମନ୍ତ୍ରୀ ଗଲେ, ହାତଧରିକରି ଆଣିଲେ, ରାଜାଙ୍କ ପାଖରେ ଠିଆ କରିଦେଲେ । ରାଜା ଅସୁରୁଣୀ କି ପଚାରିଲେ ତୁ କିଏ ? ଏଠାକୁ କାହିଁକି ଆସିଚୁ ? ଅସୁରୁଣୀ ରାଜାଙ୍କୁ ଦେଖି ଖୁବ୍