ପୃଷ୍ଠା:Kathalahari (RN Das, 1927) opt.pdf/୯୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୮
ଉତ୍କଳ କାହାଣୀ ସଂଗ୍ରହ ।

ହଳଦିଆଗାର କାଟି ବସିଚି । ଏ ରଜାପୁଅ ଆଉ ଜାଣେ ନା, ଗାର ଡ଼େଇଁ ଦେଇ ଗଲା ବାହାରି । ଏ ରଜାଝିଅର ଧାଈ ତାକୁ ଫେରାଇ ଆଣିଲା, କହିଲା ଆମ ଝିଅଙ୍କର ନିୟମ ଅଛି, ଯେ ଗାରଡେଇଁବ,ସେ ତାଙ୍କୁ ବିଭା ହେବ, ତେମେ ଫେରିଆସ ବିଭାହେବ । ଧାଈ ଯାଇ ରଜାଙ୍କୁ କହିଲା ତମଲାଖି [୧] ଜୋଇଁ ମିଳିଲାଣି ବିଭାଘର କର । ରଜା ସବୁ ଯୋଗାଡ଼ କଲେ, ବିଭାଘର ହେଲା । ସେ ରଜାଝିଅର ନାମ ତାରାବତୀ । ତାରାବତୀ ଆଉ ଏ ରଜାପୁଅ ବିଭାହୋଇ ସେଇଠି ରହିଲେ । କିଛିଦିନ ଗଲା ବାହାରି, ତାରାବତୀ ଏ ରଜାପୁଅପାଇଁ ପାନ ଭାଙ୍ଗିଦିଏ, ଲୁଗା କୁଞ୍ଚେଇ ଦିଏ, ଭାତ ବାଢ଼ିଦିଏ, ଚିତାପେଡ଼ି ସଜାଡ଼ି ଦିଏ, ଘର ଓଳାଇଦିଏ, ଏ ରଜାପୁଅର ମନକୁ ଆଉ ଆସେ ନାହିଁ । ସବୁବେଳେ ପାନସୋରୀକି ବାହୁନି କରି କହେ, କି ପାନ ଭାଙ୍ଗିଚୁ ଲୋ ତାରା, ନୁହେ ମୋ ପାନସୋରୀ ପରା, କି ଠାଆ [୨]ଭାଙ୍ଗିଚୁ ଲୋ ତାରା, ନୂହେ ମୋ ପାନସୋରୀ ପରା, କି ଭାତ ବାଢ଼ିଚୁ ଲୋ ତାରା, ନୂହେ ମୋ ପାନସୋରୀ ପରା, କି ଲୁଗା କୁଞ୍ଚି ଚୂଲୋ ତାରା, ନୁହେ ମୋ ପାନସୋରୀ ପରା, ଏହିପରି ସବୁଦିନେ ବାହୁନେ। ତାରାବତୀ ଆଉ ଏ ରଜାପୁଅ ମନକୁ ଆସେ ନାହିଁ । ତାରାବତୀ କହିଲା ୟାଙ୍କର ଗୋଟାଏ ପାନସୋରୀ । ଏ କେଡ଼େ ସୁନ୍ଦର ଯେ ଏମନ୍ତି,ମତେ ସବୁବେଳେ ଖୁଣିଲେ । ମନକଥା ମନରେ ଥାଏ, ଦିନେ ରଜାପୁଅକୁ ପଚାରିଲା, ହେ ତମଗାଁରେ କଣ ମିଳେ ନାହିଁ । ଏ କହିଲା ଆମର ରଜାରାଇଜ, ଅପୂରୁବ କଣ ? ସବୁ ମିଳେ ଯେ ଏକା ପଚା ତାଳପତ୍ର ଝିଲ୍ଲୀଶଙ୍ଖା ମିଳେ ନାହିଁ । ତାରାବତୀ କଣ କଲା, ଚାରି ପାଞ୍ଚ ଟଙ୍କାର


  1. ତମ ସମାନ
  2. ଠାଆ - ଭୂମି ଉପରେ ମ‌ବୁଜ ଦ୍ୱାରା ବିଚିତ୍ର ପଦ୍ମଫୁଲ ଇତ୍ୟାଦି ଆକୃତିର ଚିତ୍ର ଏହା ଉପରେ ଭୋଜନସ୍ଥାଳୀ ରଖାଯାଏ ।